କଳାହାଣ୍ଡି : ଭତ୍ତା ଖାଇ ଗଲେ ସରକାରୀ ବାବୁ। ନିରୀହ ବୃଦ୍ଧ, ବୃଦ୍ଧା, ନିରୀହ, ନିଃସହାୟ,ବିଧବାଙ୍କ ବାର୍ଦ୍ଧକ୍ୟ ଭତ୍ତା ହଡପ ଅଭିଯୋଗ।ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଧଅରପୁର ପଞ୍ଚାୟତ ଆମ୍ବଗୁଡା ଗ୍ରାମରେ। ଲଗଭଗ ୬୦ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ୨ମାସର ଭତ୍ତା ଅଦ୍ୟାବଧି ପାଇଁ ନ ଥିବା ଅଭିଯୋଗ ହେଉଛି। ତେବେ ଏଇଠି ପ୍ରଶ୍ନ ଉଠେ-କେଉଁ ପରିସ୍ଥିତି ,କେଉଁ କାରଣ ଯୋଗୁଁ ଏଠାରେ ଭତ୍ତା ବଣ୍ଟନ କରାଯାଇ ନାହିଁ ତାହା ତଦନ୍ତ ସାପେକ୍ଷ ।
ଏଣେ ସରକାର ସାମାଜିକ ସ୍ତରରେ ବୃଦ୍ଧ, ବୃଦ୍ଧା, ନିରୀହ, ନିଃସହାୟ,ବିଧବା,ବିକଳାଙ୍ଗ ସ୍ୱାଭିମାନ ଭାବେ ବଞ୍ଚିବାକୁ ସହାୟତା ଭାବେ ମଧୁବାବୁ ପେନସନ,ବାର୍ଦ୍ଧକ୍ୟ, ବିଧବା ,ବିକଳାଙ୍ଗ ଇତ୍ୟାଦି ଭତ୍ତା ଯୋଜନା ନିର୍ମାଣ କରିଛନ୍ତି। ଯାହା ଉଦ୍ଧିଷ୍ଟ ଭାବେ ହିତାଧିକାରୀଙ୍କ ସହାଭରଷା ପାଲଟି ଥାଏ। ସେହି ଭତ୍ତା ଖଣ୍ଡିକ ପାଇଁ ତାଙ୍କର ମାସିକ ପ୍ରତିପୋଷଣ ହୋଇଥାଏ। ଏବେ କରୋନା ବେଳ। ଲୋକେ ହନ୍ତସନ୍ତ ପରିସ୍ଥିତି ଗତି କରୁଛନ୍ତି। କାମ ଧନ୍ଦା ଠପ ପଡିଥିବା ବେଳେ ନାଇ ନ ଥିବା ଅସୁବିଧା ରେ ସମ୍ମୁଖୀନ ହେଉଥିବା ନଜର ରହିଛି। ଠିକ ଏତିକି ବେଳେ ନିରୀହଙ୍କ ଭତ୍ତା ସରକାରୀ ବାବୁ ହଡପ କରିଥିବା ନେଇ ଗ୍ରାମରେ ଅସନ୍ତୋଷ ଦେଖାଦେଇଛି। ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ୨/୩-ମାସର ଭତ୍ତା ଆତ୍ମସାତ କରିଥିବା ଘଟଣା କୁ ବିଭିନ୍ନ ମହଲରୁ ନିନ୍ଦା କରିବା ସହ ତଦନ୍ତର ଦାବି ହେଉଛି।