27.4 C
Bhubaneswar
Monday, July 21, 2025
Homeଓଡିଶାକଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାଗା ମିଶନ କାର୍ଯ୍ୟକ୍ରମ

କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାଗା ମିଶନ କାର୍ଯ୍ୟକ୍ରମ

କଳାହାଣ୍ଡି : ଓଡିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ସହରାଂଚଳ ଜାଗା ମିଶନ ଅନୁସାରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ସହରାଂଚଳ ଜାଗା ମିଶନ ଯୋଜନାରେ ବସ୍ତିବାସିନ୍ଦା ମାନଙ୍କୁ ଜମି ପଟ୍ଟା ବଂଟନ ଯୋଜନା ରହିଛି । ଜୁନାଗଡ ସହରାଂଚଳରେ ବସବାସ କରୁଥିବା ନିଃସହାୟ ଘରଡିହ ହୀନ ବାସିନ୍ଦା ମାନଙ୍କୁ ଚିହ୍ନଟ କରାଯାଇ ଜାଗା ମିଶନ କାର୍ଯୟକ୍ରମରେ ଜମିପଟ୍ଟା ବଂଟନ କରାଯାଇଛି । ଏହି ଯୋଜନାରେ ଜୁନାଗଡ ଏନଏସି ର ୧୨ ଗୋଟି ୱାର୍ଡ ମଧ୍ୟରେ ଥିବା ୧୮ ଟି ବସ୍ତିକୁ ଚିହ୍ନଟ କରାଯାଇ ୧୩୭୫ ଜଣଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି ।

ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଶିଳ୍ପ, ଶକ୍ତି ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ୨୦୦ ଜଣ ହିତାଧିକାରିଙ୍କୁ ପ୍ରଥମ ପର୍ଯ୍ୟାୟରେ ଜମି ପଟ୍ଟା ବଂଟନ କରିଥିବା ବେଳେ ଏହି ଯୋଜନା ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପବୋଲି କହିଛନ୍ତି । ଏହି ଅବସରରେ ଜୁନାଗଡ ତହସିଲଦାର, ଧର୍ମଗଡ ଉପଜିଲ୍ଲାପାଳ ପ୍ରମୂଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking