ସାରୁଅ ଜମି କେଳେଙ୍କାରୀ ମାମଲାରେ ଅନିରୁଦ୍ଧ ପଣ୍ଡାଙ୍କୁ ଜାମିନ

ଭୁବନେଶ୍ୱର: ଚର୍ଚ୍ଚିତ ସାରୁଅ ଜମି କେଳେଙ୍କାରୀ ମାମଲାରେ ସାରୁଅ ସାଇଟ ଇନଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କୁ ପୂର୍ଣ୍ଣକାଳିନ ଜାମିନ ମିଳିନାହିଁ । ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଖୋର୍ଦ୍ଧା ୨ୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ୨୫ ହଜାର ଟଙ୍କା ଏବଂ ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମିଳିଥିବା ସୂଚନା ମିଳିଛି । ୨ ଜାମିନଦାର ବଦଳରେ ଅନ୍ତରୀଣ ଜାମିନରେ ଯିବେ ଅନିରୁଦ୍ଧ ପଣ୍ଡା । ଗତକାଲି ରାତି ଅଧିଆ ଅନିରୁଦ୍ଧଙ୍କୁ ଗିରଫ କରାଯାଇଥିଲା । ସାରୁଅ ଷ୍ଟୁଡିଓ ପାଚେରୀ ଡେଇଁ ପୋଲିସ ତାଙ୍କୁ ଉଠାଇ ନେଇଥିଲା ।

LEAVE A REPLY

Please enter your comment!
Please enter your name here