ଗୁଣୁପୁର ବିଜେପିର ନୂତନ ନଗର କର୍ମକର୍ତ୍ତା ଚୟନ

ରାୟଗଡା : ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ଆଜି ବିଜେପି ପକ୍ଷରୁ ନୂତନ ନଗର ମଣ୍ଡଳ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ରାୟଗଡା ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଜଇନ, ରାୟଗଡା ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା, ଶିଶିର ଗମାଙ୍ଗଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଏହି ଅବସରରେ ସ୍ଥାନୀୟ ବିକ୍ରମପୁର ଛକ ଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ବାହାରି ଗୁଣୁପୁର ନୂଆ ବସଷ୍ଟାଣ୍ଡ ଠାରେ ପହଞ୍ଚିଥିଲା । ଏଠାରେ ଗୁଣୁପୁର ନଗର ବିଜେପି ପକ୍ଷରୁ ବରିଷ୍ଠ କାର୍ଯ୍ୟକର୍ତା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ସମଗ୍ର ଦେଶରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ଲହର ଖେଳୁଥିବା ଓ ମୋଦିଙ୍କ ସବକା ସାଥ ସବକା ବିକାଶ କୁ ଲୋକେ ଗ୍ରହଣ କରିଛନ୍ତି । ଆଗକୁ ପୌର ନିର୍ବାଚନ ଆସୁଥିବା ରୁ ଗୁଣୁପୁର ଠାରେ କିଭଳି ବିଜେପି ଆଗକୁ ଯିବ ସଙ୍ଗଠନ ସୁଦୃଢ କରି ଲୋକଙ୍କ ପାଖରେ କେନ୍ଦ୍ର ସରକାରଙ୍କ ବିକାଶ ଓ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କିତ ତଥ୍ୟ ଥୋଇ ସମସ୍ତଙ୍କୁ ନେଇ କାର୍ଯ୍ୟ କରିବା କୁ ଜିଲ୍ଲା ନେତୃବୃନ୍ଦ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here