ମୌଳିକ ସୁବିଧାରୁ ବଂଚିତ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପାଇକକେନ୍ଦୁମୁଣ୍ଡି ଗ୍ରାମ ପଞ୍ଚାୟତର କରଞ୍ଜି ଗୁଡା ଦରଲିପଡା ବ୍ରିଜ ନ ଥିବାରୁ ଗ୍ରାମବାସି ଓ ଅନ୍ୟ ଗାଁର ଲୋକମାନେ ବହୁତ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଦେଶ ସ୍ୱାଧୀନତା ହୋଇ 73 ବର୍ଷ ହେଲେ ମଧ୍ୟ୍ୟ ମୌଳିକ ସୁବିଧାରୁ ବଂଚିତ ଅଛନ୍ତି ଦରଲିପଡା ଗ୍ରାମବାସି । ଇଲେକ୍ସନ ସମୟରେ ନେତା ମନ୍ତ୍ରୀ ମାନେ ପ୍ରତିଶୃତି ଦେଇ କହୁଛନ୍ତି ଆମକୁ ଭୋଟ ଦିଅ ରାସ୍ତା କରିଦେବୁ, ବ୍ରିଜ କରିଦେବୁ, ନଳକୂପ ଖନନ କରିଦେବୁ । ଇଲେକ୍ସନ ସରିଗଲା ପରେ ନେତାଙ୍କର ଆଉ ଦେଖା ମିଳେନା । ରୋଗୀକୁ ଡାକ୍ତରଖାନା ନେବାକୁ ହେଲେ ଖଟିଆରେ ବୋହି ନେବାକୁ ପଡିଥାଏ । ଗାଁକୁ ଆମ୍ବୁଲାନ୍ସ ଗାଡି ବି ଆସି ପାରୁନି । ସବୁବେଳେ ନଦୀରେ ପାଣି ଚାଲୁଚି । ପିଲା ଛୁଆମାନେ ପାଠ ପଢିବା ପାଇଁ
ନଦୀ ପାର ହୋଇ ଯାଇପାରୁନାହାନ୍ତି । ବ୍ଲକ ପ୍ରଶାସନ କୁ ବାରମ୍ବାର ଜଣାଇଲେ ମଧ୍ୟ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ବ୍ରିଜଟିଏ ନିର୍ମାଣ ପାଇଁ ଗ୍ରାମବାସି ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here