28.1 C
Bhubaneswar
Thursday, May 2, 2024
Homeଓଡିଶାଦୁର୍ଦ୍ଦିନ ଭିତରେ କେନ୍ଦୁପତ୍ର ତୋଳାଳି

ଦୁର୍ଦ୍ଦିନ ଭିତରେ କେନ୍ଦୁପତ୍ର ତୋଳାଳି

କଳାହାଣ୍ଡି : ରାଇ ଝାଇ ଖରା।ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ କୁ ଖାତିର ନ କରି ପିଲା ଛୁଆ କୁ ଘରେ ଛାଡ଼ି ଗୋଡ଼ କାଡନ୍ତି ଗରିବ ଲୋକ।ଏ ଜଙ୍ଗଲ ସେ ଜଙ୍ଗଲ ବିଲ ଭଟା ବୁଲିବୁଲି ସଂଗ୍ରହ କରିଥାନ୍ତି କେନ୍ଦୁ ପତ୍ର। ନା ମିଳୁଛି ଉଚିତ ପାରିଶ୍ରମିକ ନା ବୋନର୍ସ ଅବା ଅନ୍ୟାନ୍ୟ ସରକାରୀ ସୁବିଧା।ଏଭଳି ଘଟଣା କଳାହାଣ୍ଡି ଜିଲ୍ଲା ର ବିଭିନ୍ନ କେନ୍ଦୁପତ୍ର ଲିଫ୍ଟ ସେଣ୍ଟର ମାନଙ୍କରେ ଅଭିଯୋଗ ହେଉ ଥିବା ଜଣାପଡିଛି।କୋକସରା ବ୍ଲକ ଘଣ୍ଟିଗୁଡା ,ଖୋଲିଗଡ଼,ଆମପାଣି,ଧର୍ମଗଡ଼ ବ୍ଲକ -ଜୟନ୍ତପୁର, ପାଇକପଡା ଆଦି ସ୍ଥାନ ମାନଙ୍କର କେନ୍ଦୁପତ୍ର ତୋଳାଳି ଦୁର୍ଦ୍ଦିନ ଭିତରେ ଛନ୍ଦି ହୋଇ ଯାଇଥିବା ଅଭିଯୋଗ ହେଉଛି।ସେମାନଙ୍କ କହିବା ଅନୁଯାୟୀ ପାରିଶ୍ରମିକ ତୁଳନାରେ କମ ଟଙ୍କା ମିଳୁଥିବା ଅନ୍ୟପଟେ ବୋନର୍ସ ନ ମିଳିବା ସାଙ୍ଗକୁ ପାଣି ବୋତଲ,ଟୋପି,ଚପଲ ,ଛତା ସହ ବିଭିନ୍ନ ସରକାରୀ ସହାୟତା ମିଳୁ ନ ଥିବା ଅଭିଯୋଗ କରନ୍ତି।ସୂଚନା ଯେ ,ସରକାର ସିଧାସଳଖ ଭାବେ କେନ୍ଦୁପତ୍ର ଲିଫ୍ଟ ବା ଜଙ୍ଗଲ ବିଭାଗ ମାଧ୍ୟମରେ ଲୋକଙ୍କ ଠାରୁ କିଣି ଥାଆନ୍ତି।ଏଥିପାଇଁ ବିଭାଗର କର୍ମଚାରୀ ସହିତ ଲିଫ୍ଟ ଚେକର ଆଦିଙ୍କୁ ନିଯୁକ୍ତି ଦିଆଯାଇଥାଏ।ତେବେ ଏହି ନିଯୁକ୍ତ କର୍ମଚାରୀ ମାନେ ସ୍ଥାନୀୟ ଲୋକଙ୍କୁ ମୁଂସି ଭାବେ ରଖି କେନ୍ଦୁପତ୍ର କ୍ରୟ କରୁଥିବା ଜଣାପଡେ।ଘଣ୍ଟିଗୁଡା ,ଖୋଲିଗଡ଼ ଲିଫ୍ଟ ସେଣ୍ଟର ମାନଙ୍କରେ ଗତ ୨୦୧୮-୧୯ରୁ ଆଜି ପଯ୍ୟନ୍ତ କୌଣସି ବୋନର୍ସ ବାବଦ କୁ ଟଙ୍କା ପାଇଁ ନ ଥିବା ବେଳେ ଜୟନ୍ତପୁର, ପାଇକପଡା ସେଣ୍ଟର ରେ ମଧ୍ୟ ସମାନ ପରିସ୍ଥିତି ।ଏପରିକି ଆଜି ଯାଏ ସରକାର ତୋଳାଳି ଙ୍କୁ ଛତା, ଟପି, ପାଣିବତଲ, ଚପଲ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ନ ଥିବା ନେଇ ତୋଳାଳି ଙ୍କ ଭିତରେ ଘୋର ଅସନ୍ତୋଷ ଦେଖାଦେଇଛି।ଏଣେ କରୋନା ମହାମାରୀ କାୟା ବିସ୍ତାର କରୁଥିବା ବେଳେ ଲିଫ୍ଟ ସେଣ୍ଟର ମାନଙ୍କରେ ବିଭାଗ ଖାମଖିଆଲ ନୀତି ଆପଣାଉଥିବା ନଜର କୁ ଆସିଛି।ଶ୍ରମିକ ମାନଙ୍କ ପାଇଁ ବିଭାଗ ନା ରଖୁଛି ସମାନତା ଦୂରତା ,ନା ସାନିଟାଇଜ ପାଇଁ କରିଛି   ବ୍ୟବସ୍ଥା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking