28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଦିଲ୍ଲୀ ହିଂସାର ଆଉ ଏକ ମାମଲାରେ ଦୀପ୍ ସିଦ୍ଧୁଙ୍କୁ ମିଳିଲା ଜାମିନ

ଦିଲ୍ଲୀ ହିଂସାର ଆଉ ଏକ ମାମଲାରେ ଦୀପ୍ ସିଦ୍ଧୁଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଅଦାଲତ୨୬ ଜାନୁୟାରୀରେ ହୋଇଥିବା ହିଂସାର ଆଉ ଏକ ମାମଲାରେ ଦୀପ୍ ସିଦ୍ଧୁଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଅଦାଲତ କହିଛନ୍ତି ଯେ, ପୁଲିସ ପ୍ରଥମରୁ ହିଁ ୧୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚୁରା କରିସାରିଛି । କୋର୍ଟ କହିଛନ୍ତି ଯେ, ଯେତେବେଳେ ସିଦ୍ଧୁଙ୍କୁ ପ୍ରଥମେ ମାମଲାରେ ଏହିଭଳି ତଥ୍ୟ ଉପରେ ଏଏସଜେ ଦ୍ୱାରା ନିୟମିତ ଜାମିନ ଦିଆଯାଇଥିଲା, ତାଙ୍କ କଷ୍ଟଡିର ୭୦ ଦିନ ହୋଇସାରିଥିଲା । ଏହାପୂର୍ବରୁ ୧୭ ଏପ୍ରିଲରେ ଦିଲ୍ଲୀର ଏକ ଅଦାଲତ ଗଣତନ୍ତ୍ର ଦିବସରେ ଲାଲ କିଲ୍ଲା ପରିସରରେ ହୋଇଥିବା ହିଂସା ମାମଲାରେ ଦୀପ ସିଦ୍ଧୁଙ୍କ ଜାମିନ ମଂଜୁର କରିଥିଲେ । ବିଶେଷ ଜଜ ନିଲୋଫର ଆବିଦା ପରବୀନ ୩୦ ହଜାର ଓ ଦୁଇ ଜାମିନଦାରଙ୍କ ବଦଳରେ ଜାମିନ ଦେଇଥିଲେ । ତେହେ ଏହି ଜାମିନ ପରେ ସିଦ୍ଧୁକୁ ଅନ୍ୟ ମାମଲାରେ ଗିରଫ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking