32.1 C
Bhubaneswar
Friday, May 3, 2024
Homeଓଡିଶାରକ୍ତ ରଞ୍ଜିତ ହେଲା ମାଁ ବସ୍ତ୍ରେଣୀ ଙ୍କ ଶକ୍ତିପୀଠ

ରକ୍ତ ରଞ୍ଜିତ ହେଲା ମାଁ ବସ୍ତ୍ରେଣୀ ଙ୍କ ଶକ୍ତିପୀଠ

କଳାହାଣ୍ଡି: ପାର୍ବଣ ରୁତୁରେ ବିଭିନ୍ନ ଗାଁ ମାନଙ୍କରେ ଥିବା ଶକ୍ତି ପୀଠ ମାନଙ୍କରେ ଦେବା ଦେବୀଙ୍କ ପୂଜାର୍ଚ୍ଚନା କରାଯିବା ସହ ପ୍ରଥା ଓ ପରମ୍ପରା ଅନୁସାରେ ଦେବା ଦେବୀଙ୍କୁ ସନ୍ତୁଷ୍ଟ କରିବା କୁ ଯାଇ କେତେକ ଶକ୍ତି ପୀଠ ରେ ପଶୁ ଏବଂ ପକ୍ଷୀଙ୍କ ବଲି ଦିଆଯାଇଥାଏ । ଯାହା ଫଳରେ ଶକ୍ତି ପୀଠ ଗୁଡିକ ରକ୍ତ ରଂଜିତ ହୋଇଉଠେ । ତେବେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ କଣ୍ଡରେଇ ଗାଁର ମାଁ ‘ ବୁଢ଼ୀ ବସ୍ତ୍ରେଣୀଙ୍କ ପୀଠରେ ମଧ୍ଯ ସୁକ୍ରବାର ଦିନ ଶତାଧିକ ପଶୁପକ୍ଷୀଙ୍କ ବଳି ପଡ଼ି ପୀଠ ରକ୍ତରଞ୍ଜିତ ହୋଇପଡିଛି । ଏଠାରେ ଆବାହମାନ କାଳରୁ ନିୟମିତ ଭାବେ ମାଁ ’ ବୁଢି ବସ୍ତ୍ରେଣୀ ଦେବୀଙ୍କ ପୂଜା କରାଯାଇ ଆସୁଥିବା ବେଳେ ଚଳିତ ବର୍ଷ କରୋନା କଟକଣା କୁ ଦୃଷ୍ଟିରେ ରଖି ପୁଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ମିଳିଛି ।

ଏଥିରେ ଆଦିବାସୀମାନଙ୍କ ପ୍ରମୂଖ ଭୂମିକା ରହିଥିବାରୁ ଆଖପାଖର ୪୪ ଖଣ୍ଡ ଗାଁର ଲୋକେ ସାମିଲ ହୋଇ ମାଁ’ଙ୍କ ପୂଜାର୍ଚ୍ଚନା କରାଯାଇଥିବା ମନ୍ଦିର ର ପୂଜକ କହିଛନ୍ତି । ତେବେ ଏଠାରେ ପୂଜା ପାଉଥିବା ମାଁ ’ ବୁଢି ବସ୍ତ୍ରେଣୀ ଦେବୀଙ୍କୁ ଅଷ୍ଟମୀ ତିଥିରୁ କାର୍ଣ୍ଣିଖୁଣ୍ଟି , କୁଶୁର୍ଲା (ଅଙ୍ଗଦପଡା) ଠାରୁ ଦେବୀଙ୍କୁ ଖଣ୍ଡା ଓ ଛତର ଉପବାସ ପୂଜା ପାଇଁ ଘଣ୍ଟ,ଶଙ୍ଖ,ବାଜା ସହ ମନ୍ଦିରକୁ ଆସିବା ପରେ ନବମୀ ତିଥିରେ ଛତରକୁ ପୂଜା କରାଯାଇ ଥାଏ । ଏହି ଦିନ ମାଁ’ ବସ୍ତ୍ରେଣୀ , ଦ୍ବାରସନୀ , ବାବୁରା , ବନମାଉଲୀ ନାମକ ଚାରି ଦେବୀ ୪ରି ଜଣ ଦିସାରୀଙ୍କ ଶରୀରରେ କାଳିସି ବେଶରେ ଲାଗିଥାନ୍ତି । ପରେ ଭକ୍ତମାନଙ୍କ ଗୁହାରୀ ଶୁଣିବା ପାଇଁ ଦେବୀ କଣ୍ଟାର ଦୋଳିରେ ଖେଳିଥାନ୍ତି । ଛତର ପୂଜା ପରେ ଦେବୀ ବିଭିନ୍ନ ଗାଁକୁ ଭ୍ରମଣ କରିବା ପାଇଁ ବାହାରିଥାନ୍ତି । ଏବଂ ଦଶମୀ ତିଥିରେ ପୂଜା କାର୍ଯ୍ୟ କରୁଥିବା ବିଭିନ୍ନ ସମ୍ପ୍ରଦାୟର ଲୋକ ଏକତ୍ରୀତ ହୋଇ ଦ୍ବାରସନୀ ଓ ବସ୍ତ୍ରେଣୀ ମନ୍ଦିରକୁ ଆସି ପୂଜା କରିବା ପରେ ମାନସୀକ ଧାରୀମାନେ ଆଣିଥିବା ପୋଢ଼ , ବୋଦା , କୁକୁଡା , ପାରା ଆଦିକୁ ବଳି ଦିଆଯାଇଥିଲା । ଏଠାରେ ପୂଜା ପାଉଥିବା ଦେବୀଙ୍କ ପ୍ରତ୍ୟକ୍ଷ ଦେବୀ ଭାବେ ଭକ୍ତମାନଙ୍କ ବିଶ୍ବାସ ରହିଥିବାରୁ ପ୍ରତିବର୍ଷ ଭକ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ପୋଲିସ ପ୍ରଶାସନ ପକ୍ଷରୁ କେବେଳ ଜଣେ ଗ୍ରାମରକ୍ଷୀ ଙ୍କୁ ଏହି ଯାତ୍ରା ର ସୁରକ୍ଷା ଦାୟିତ୍ବ ଦିଆଯାଇଥିଲା । ଯାହା କି ସମୁଦ୍ର କୁ ଶଙ୍ଖେ ପରୀ ସଦୃଶ । ଏଣୁ ଆଗାମି ବର୍ଷ ଯାତ୍ରାର ସଂପୂର୍ଣ୍ଣ ସୁରକ୍ଷା ପାଇଁ ପୋଲିସ ଫୋର୍ସ ମୁତୟନ କରିବା ପାଇଁ ଶ୍ରଦ୍ଧାଳୁ ,ଯାତ୍ରା କମିଟି ଏବଂ ଅଂଚଳର ଲୋକେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking