39.1 C
Bhubaneswar
Friday, April 26, 2024
Homeଅପରାଧଗଣଦୁଷ୍କର୍ମ ପରେ ନାବାଳିକାକୁ ନିର୍ମମ ଭାବେ ହତ୍ୟା

ଗଣଦୁଷ୍କର୍ମ ପରେ ନାବାଳିକାକୁ ନିର୍ମମ ଭାବେ ହତ୍ୟା

ହାଜିପୁର:- ହାଜିପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନାବାଳିକାକୁ ଘରେ ଏକୁଟିଆ ଦେଖିବା ପରେ ରାତିରେ ତାଙ୍କୁ ଅପହରଣ କରି ବଗିଚାକୁ ନେଇ ୫ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ମାମଲା ସାମ୍ନାକୁ ଆସିଛି । ଏହି ଘଟଣା ଟି  ହାଜିପୁର ଜିଲ୍ଲାର ବୌଶାଳି ଥାନା ଅଚଂଳର । ତେବେ ଅପରାଧୀମାନେ ନାବାଳିକାକୁ ଖାଲି ଦୁଷ୍କର୍ମ କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରି ଶବକୁ ବୁଦା ଭିତରେ ଫିଙ୍ଗି ଦେଇଥିଲେ । ଘଟଣା ଜଣାପଡିବା ପରେ ଏହି ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ଖବର ମୁତାବକ  ଗତ ଜୁନ୍ ୨୯ ରେ ଏହି ଘଟଣାଟି ଘଟିଥିଲା । ବୁଧବାର ସଂନ୍ଧ୍ୟାରେ ଝିଅର ମୃତଦେହ ଉଦ୍ଧାର କରାଯାଇଥିଲା । କୁହାଯାଉଛି  ଯେ ଏକ ବିବାହ ଉତ୍ସବରେ ପରିବାର ଲୋକେ ଯୋଗଦେବାକୁ ଯାଇଥିଲେ ଏବଂ ଘରେ ଜେଜେବାପାଙ୍କ ସହିତ ୧୪ ବର୍ଷର ନାବାଳିକା ଥିଲେ । ନାବାଳିକା ଜଣକ ଘର ଭିତରେ ଥିବାବେଳେ ତାଙ୍କ ଜେଜେବାପା ଘରର ଦ୍ୱାର ନିକଟରେ ଶୋଇଥିଲେ । ଏହି ସମୟରେ ,୨୯ ଜୁନ୍ ବିଳମ୍ବିତ ରାତିରେ ଗାଁର ୫ ଜଣ ଯୁବକ ସେ ନିରୀହ ନାବାଳିକାକୁ ଘରର ଝରକା ପଟେ ଭିତରୁ ଜବରଦସ୍ତି ଭାବେ ଟାଣି ନେଇ ଉଦ୍ୟାନକୁ ନେଇଯାଇଥିଲେ । ଏହା ପରେ ସେଠାରେ ଗଣଦୁଷ୍କର୍ମ କରିବା ସହ  ହତ୍ୟା ଭଳି ଜଘନ୍ୟ କାଣ୍ଡ ଭିଆଇଥିଲେ ।
ପରିବାର ଲୋକଙ୍କ କହିବା ମୁତାବକ ସକାଳେ ଯେତେବେଳେ ଘର ଭିତରେ ଶୋଇଥିବା ନାବାଳିକା ବାହାରକୁ ଆସନଥିଲା, ଜେଜେବାପା ଭୟଭୀତ ହୋଇ ପଡୋଶୀ ଲୋକଙ୍କୁ ଚିତ୍କାର କରି ଡାକିଥିଲେ ଏବଂ ପଡୋଶୀମାନେ ଆସି  ଘରର କବାଟ ପିଟିଥିଲେ । ହେଲେ ନାବାଳିକା କବାଟ ଖୋଲିନଥିଲା । ପରେ ଯେତେବେଳେ କିଛି ଲୋକ ଘରର ଝରକା ପାଖକୁ ଗଲେ ସେମାନେ ଦେଖିଲେ  ଯେ ଝରକା ଖୋଲା ଅଛି ଏବଂ ଭିତରେ କେହି ନାହାନ୍ତି । ଏହାପରେ ଏହି ଘଟଣା ବିଷୟରେ ଝିଅର ପରିବାରକୁ ଅବଗତ କରାଯାଇଥିଲା । ସୂଚନା ପାଇବା ପରେ ସେମାନେ ମଧ୍ୟ ଘରେ ପହଂଚି ଗାଁ ସାରା ଖୋଜାଖୋଜି ଆରମ୍ଭ କରିଥିଲେ । ଅନେକ ଖୋଜାଖୋଜି କରିବା ପରେ ବଗିଚାରେ ଝିଅର ମୃତଦେହ ପଡିଥିବା ଦେଖିବାକୁୁ ମିଳିଥିଲା । ମୃତ ଦେହ ପଡିଥିବା ଖବର ପାଇବା ପରେ ସର୍ମ୍ପକୀୟମାନେ ବୁଦାକୁ ଯାଇ ଦେଖିଲେ ଯେ ମୃତ ଦେହ ସେମାନଙ୍କ ଝିଅର ହିଁ ଅଟେ । ଏହା ପରେ ପରିବାର ସଦସ୍ୟଙ୍କ  ମଧ୍ୟରେ ଉତେଜନା ଦେଖାଦେଇଥିଲା ଏବଂ ଏ ସର୍ମ୍ପକରେ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ସାଦର ଡାକ୍ତରଖାନାକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।
ତେବେ ପଡୋଶିମାନେ ଗାଁର ୬ ଜଣ ପୁରୁଷ ସେହି ଚାରିପାଖରେ ଘୂରି ବୁଲୁଥିବାର ଦେଖିଥିଲେ,ଏହି ଘଟଣା ପରେ ସମସ୍ତେ ଘରକୁ ପଳାଇ ଯାଇଥିଲେ । ମୃତକଙ୍କ ସର୍ମ୍ପକୀୟମାନେ ଘରୁ ବାହାର ସମସ୍ତ ଫେରାର ବ୍ୟକ୍ତିଙ୍କ ବିରୋଧରେ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲା ରୁଜୁ କରିଥିଲେ ।
ମୃତ ନାବାଳିକାର ମାମୁଁ କହିଛନ୍ତି ଯେ ଝିଅଟି ତାଙ୍କ ଜେଜେବାପା ଘରେ ଥିଲା । ଝରକା ପାଖରେ କୌଣସି ଜାଲି ନଥିବାରୁ ଝିଅଟିକୁ ଟାଣି ନିଆଯାଇଥିଲା । ଏହି ମାମଲାରେ ଡାକ୍ତର ନିଶ୍ଚିତ କରିଛନ୍ତି ଯେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଛି ।
ପୋଲିସର କହିବା ମୁତାବକ ନାମିତ ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣଙ୍କୁ ଗିରଫ କରାଯାଇଛି ।ବର୍ତମାନ ଆଉ ୨ ଜଣଙ୍କୁ ପୋଲିସ ଖୋଜାଖୋଜି କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking