ଝାରସୁଗୁଡା: ନବକିଶୋର ଦାସ ହତ୍ୟା ମାମଲାରେ ଏକ ନୂଆ ଖବର ସାମନାକୁ ଆସିଛି । ଘଟଣାର ତଦନ୍ତ ରିପୋର୍ଟ ବିଷୟରେ ଅପଡେଟ ପାଇଁ ଝାରସୁଗୁଡାରେ ପହଞ୍ଚିଛନ୍ତି ଜଷ୍ଟିସ ଜେ.ପି ଦାସ । ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ସେ ଝାରସୁଗୁଡା ଅଭିମୁଖେ ବାହାରିଛନ୍ତି । ତଦନ୍ତ ନେଇ ବିରୋଧୀ ଉଠାଇଥିବା ପ୍ରଶ୍ନ ଉପରେ ପ୍ରତିକ୍ରିୟା ଦେଇଛନ୍ତି ଜଷ୍ଟି ଜେ.ପି ଦାସ । ସେମାନେ ଏମିତି ହିଁ କହିବେ ବୋଲି ଶ୍ରୀ ଦାସ କହିଛନ୍ତି । ଝାରସୁଗୁଡାରେ ଜଷ୍ଟି ଜେପି ଦାସ କେଉଁ ରହସ୍ୟ ଖୋଜି ବାହାର କରିବେ ତାହା ଉପରେ ସମସ୍ତଙ୍କ ନଜର ।