29.1 C
Bhubaneswar
Friday, April 26, 2024
Homeଭାଲେଣ୍ଟାଇନ ଦିବସଭାଲେଣ୍ଟାଇନ ଡେ’ରେ ପ୍ରେମିକାଙ୍କୁ ଦିଅନ୍ତୁ ଏହିସବୁ ଗିଫ୍ଟ; ବରଷିବ ପ୍ରେମ

ଭାଲେଣ୍ଟାଇନ ଡେ’ରେ ପ୍ରେମିକାଙ୍କୁ ଦିଅନ୍ତୁ ଏହିସବୁ ଗିଫ୍ଟ; ବରଷିବ ପ୍ରେମ

ଆଜିଠୁ ଆରମ୍ଭ ହୋଇଯାଇଛି ପ୍ରେମର ସପ୍ତାହ । ଫେବୃଆରୀ ୭ ତାରିଖ ରୋଜ ଡେ’ରୁ ଆରମ୍ଭ ହୋଇ ଫବୃଆରୀ ୧୪ ତାରିଖ ଭାଲେଣ୍ଟାଇନ ଡେ’ରେ ଶେଷ ହୋଇଥାଏ ଏହି ସିଜନ । ତେବେ ଏହି ସପ୍ତାହଟି ପ୍ରେମୀ ଯୁଗଳଙ୍କ ପାଇଁ ଖୁବ ସ୍ପେଶାଲ ହୋଇଥାଏ । ଏହି ପ୍ରେମ ସପ୍ତାହକୁ ସ୍ମରଣୀୟ କରିବା ପାଇଁ ଅନେକ ପ୍ରକାରର ପ୍ଲାନ କରିଥାନ୍ତି ଲଭ ବାର୍ଡସ । ବିଶେଷ କରି ଭାଲେଣ୍ଟାଇନ ଡେ’ରେ କେହି ବାହାରକୁ ବୁଲିବାକୁ ଯାଆନ୍ତି ତ ଆଉ କେହି ପରସ୍ପର ସହ ସମୟ ବିତାଇ ଏହାକୁ ମନେ ରଖିଥାନ୍ତି । କିଛି ଯୁବକ-ଯୁବତୀ ନିଜ ସାଥୀଙ୍କୁ ଗିଫ୍ଟ ଦେଇ ସେମାନଙ୍କ ହୃଦୟ ଜିତିବାକୁ ଚାହାନ୍ତି । ତେବେ ଏମିତି ସମୟରେ ଆପଣ ଆପଣଙ୍କ ଜୀବନସାଥୀଙ୍କୁ କ’ଣ ଗିଫ୍ଟ ଦେବେ କନଫ୍ୟୁଜ ଅଛନ୍ତି କି? ତେବେ ପ୍ରେମରେ ହୃଦୟ ଜିତିବା ପାଇଁ କିଛିଟା ଉପହାର ବେଶ ପ୍ରଭାବଶାଳୀ ହୋଇଥାଏ । ଆସନ୍ତୁ ଜାଣିବା ଏହି ଗିଫ୍ଟ:

– ହାର୍ଟ ଚିତ୍ର ଥିବା ମଗ୍ ଯୋଡି: ରେଡ ହାର୍ଟକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ । ତେଣୁ ଆପଣ ନିଜ ପ୍ରେମିକାଙ୍କୁ ଏହି ରେଡ ହାର୍ଟ ଚିତ୍ର ଥିବା ମଗ ଗିଫ୍ଟ କରିପାରିବେ । ଏହାକୁ ଦେଖିଲେ ଆପଣଙ୍କର ଜୀବନସାଥୀଙ୍କ ପ୍ରତି ଥିବା ପ୍ରେମ ସବୁବେଳେ ମନେ ପକାଇଥାଏ । ଯାହାଦ୍ୱାରା ଉଭୟଙ୍କ ମଧ୍ୟରେ ପ୍ରେମର ଗଭୀତା ବୃଦ୍ଧି ପାଏ ଏବଂ ନିବିଡ ହୋଇଥାଏ ।

– ଲାଲ ଫଳର ଏକ ପ୍ୟାକ: ଯଦି ଆପଣଙ୍କ ଜୀବନସାଥୀ ନିଜ ସ୍ୱାସ୍ଥ୍ୟକୁ ନେଇ ଯତ୍ନବାନ ହୋଇଥାନ୍ତି । ତେବେ ଆପଣ ତାଙ୍କୁ ଲାଲ ଫଳକୁ ନେଇ ଏକ ପ୍ୟାକ ଗିଫ୍ଟ କରିପାରିବେ । ଚେରୀ, ଷ୍ଟ୍ରବେରୀ, ସେଓ ଇତ୍ୟାଦି ଫଳକୁ ନେଇ ଏକ ପ୍ୟାକ ପ୍ରେମିକାଙ୍କୁ ଉପହାର ଦିଅନ୍ତୁ । ଆପଣଙ୍କର ଏହି ଗିଫ୍ଟ ତାଙ୍କ ପ୍ରତି ଥିବା ଭଲପାଇବାର ପ୍ରମାଣ ପାଲଟିବ ।

– ହାର୍ଟ ଆକୃତିର ଚକୋଲେଟ ବୁକେ: ହାର୍ଟ ଆକୃତିର ଏକ ବୁକେ ମଧ୍ୟ ଉପହାର ପାଇଁ ବହୁତ ଭଲ ବିକଳ୍ପ କୁହାଯାଇପାରେ । ଝିଅମାନେ ଚକୋଲେଟକୁ ବେଶ ପସନ୍ଦ କରିଥାନ୍ତି । ଏହାପରେ ଯଦି ଏହା ହାର୍ଟ ଆକୃତିର ହୋଇଯାଏ ତାହା ଭଲପାଇବା ଏବଂ ମନରେ ଥିବା ଦୁର୍ବଳତାକୁ ବଢାଇଥାଏ ।

ତେବେ ଏଭଳି ଆହୁରି ଅନେକ ଜିନିଷ ରହିଛି, ଯାହାକୁ ଗିଫ୍ଟ ଭାବରେ ପ୍ରେମିକାଙ୍କୁ ଆପଣ ଦେଇପାରିବେ । ଏସବୁ ଆପଣଙ୍କ ଭାଲେଣ୍ଟାଇନ ଡେ’କୁ ଆହୁରି ସ୍ପେଶାଲ କରିବ । ଉଭୟଙ୍କ ଛାତି ଭିତରେ ଥିବା ଭଲପାଇବା ଏବଂ ପ୍ରେମକୁ କହିବା ପାଇଁ ଏହା ଖୁବ ସହଜ ଏବଂ ସୁନ୍ଦର ଉପାୟ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking