27.8 C
Bhubaneswar
Friday, April 19, 2024
Homeଦେଶ ବିଦେଶଜହ୍ନ ମାଟିରେ ବି ଗଛ ହୁଏ : ନାସା

ଜହ୍ନ ମାଟିରେ ବି ଗଛ ହୁଏ : ନାସା

ନୂଆଦିଲ୍ଲୀ : ଜହ୍ନରେ ଜୀବନକୁ ନେଇ ଗବେଷଣା ଭିତରେ ସାମ୍ନାକୁ ଆସିଛି ଅଦ୍ଭୁତ ଘଟଣା । ଜହ୍ନରମାଟିରୁ ଗଛ ଉଠିଛି । କିଛି ଦିନ ପୂର୍ବରୁ ନାସାର ମହାକାଶ ଯାତ୍ରୀ ସାଙ୍ଗରେ ଆଣିଥିଲେ ଚନ୍ଦ୍ରପୃଷ୍ଠର ମାଟି । ତେବେ ପ୍ରଥମଥର ପାଇଁ ନାସାର ମହାକାଶଚାରୀ ଆଣିଥିବା ଜହ୍ନ ମାଟିର ଗଛ ସୃଷ୍ଟିରେ ବୈଜ୍ଞାନିକଙ୍କ ମଧ୍ୟରେ ଖୁସି ଭରିଛି । ଜହ୍ନରେ ସଫଳତାର ସହ ଗଛ ଅଙ୍କୁରିତ ଓ ବିକଶିତ ହୋଇପାରେ । ରିସର୍ଚ ପରେ ଜହ୍ନରେ ଏଭଳି ଗଛ ଲଗାଇହେବ,ଯେଉଁଥିରେ ଚନ୍ଦ୍ରରେ ଅକ୍ସିଜେନ ସହ ଖାଦ ଯୋଗାଇ ହେବା ଆଶା କରାଯାଉଛି ।

ଜହ୍ନରୁ ଆସିଥିବା ମାଟିରେ ଆରୋବିଡୋପସିସ ଭଳି ଗଛ ହୋଇପାରେ । ଏହା ବିଶେଷ ସ୍ୱାଦିଷ୍ଟ ନହେଲେ ମଧ୍ୟ ଖାଦ୍ୟ ରୂପେ ଖାଇବା ଉପଯୋଗୀ । ସୋରିଷ,ଫୁଲକୋବି,ବ୍ରୋକିଲି ଜାତୀୟ ଗଛ ଚନ୍ଦ୍ରରେ ହୋଇପାରେ । ନାସା ତରଫରୁ ଚଳିତ ଦଶକ ଶେଷରେ ଅର୍ଟୋମିସ କାର‌୍ୟକ୍ରମର ଅଂଶ ଭାବେ ଏହା ପ୍ରସ୍ତୁତ ହୋଇଥିଲା । ଚନ୍ଦ୍ର ଉପରେ ଗବେଷଣା କରି ୧୨ ଗ୍ରାମ ଚନ୍ଦ୍ର ମାଟିରେ ପାଣି,ଆଲୋକ ଓ ପୋଷକ ତତ୍ୱ ଯୋଡିଥିଲେ । ଏବେ ଜହ୍ନ ମାଟିରେ ଗଛ ଉଠିବା ପରେ ପରବର୍ତ୍ତୀ ଲକ୍ଷ୍ୟ ଜହ୍ନରେ ଗଛ ଲଗାଇବା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking