29.1 C
Bhubaneswar
Saturday, May 11, 2024
Homeଖେଳକ୍ରିକେଟର ପରଭେଜ ରସୁଲଙ୍କ ଉପରେ ପିଚ- ରୋଲର ଚୋରି ଅଭିଯୋଗ

କ୍ରିକେଟର ପରଭେଜ ରସୁଲଙ୍କ ଉପରେ ପିଚ- ରୋଲର ଚୋରି ଅଭିଯୋଗ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରେ ଗୋଟିଏ ପିଚ ରୋଲର ଗାୟବ ହେବା ଅଲରାଉଣ୍ଡର ପରବେଜ ରସୁଲଙ୍କୁ ସମସ୍ୟାରେ ପକାଇଛି । ଜମ୍ମୁ ଓ କଶ୍ମୀର କ୍ରିକେଟ ଆସୋସିଏସନର ଅଭିଯୋଗ ଯେ,ରୋଲର ପରଭେଜ ରସୁଲ ଚୋରାଇଛନ୍ତି । ଏହାକୁ ସେ ଫେରାନ୍ତୁ ନତୁବା ଆଇନଗତ କାର୍ଯ୍ୟାନୁଷ୍ଠାନକୁ ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ଜେକେସିଏ କହିଛି ।
ତେବେ ଏହାକୁ ପରଭେଜ ରସୁଲ ଖାରଜ କରିଛନ୍ତି । ଜଣେ ଅନ୍ତରାଷ୍ଟ୍ରୀୟ କ୍ରିକେଟର,ଯିଏ ଜମ୍ମ କଶ୍ମୀର କ୍ରିକେଟକୁ ସବୁ ଦେଇଛି , ଏମିତି ବ୍ୟବହାର କରିବା ଉଚିତ କି । ସେହିଭଳି ବିସିସିଆଇ ତରଫରୁ ଜମ୍ମୁ କଶ୍ମୀର କ୍ରିକେଟ ଆସୋସିଏସନକୁ ସଂଚାଳିତ ପାଇଁ ନିଯୁକ୍ତ ହୋଇଥିବା ୩ ସଦସ୍ୟଙ୍କ ମଧ୍ୟରୁ ଜମେ ସଦସ୍ୟ ଅନିଲ ଗୁପ୍ତା କହିଛନ୍ତି ଯେ, ଏହି ମାମଲାକୁ ଅଯଥାରେ ବଢାଯାଉଛି । ସେ କହିଛନ୍ତି, ଆମେ କେବଳ ପରବେଜ ରସୁଲଙ୍କୁ ଲେଖିନାହୁଁ ବରଂ ସବୁ ଜିଲ୍ଲା ଆସୋସିଏସନରେ ଯିଏ ବି ଶ୍ରୀନଗରରୁ ଜମ୍ମୁ କଶ୍ମୀର କ୍ରିକେଟ ଆସୋସିଏସନର ଜିନିଷ ନେଇଛି, ସେ ବାବଦରେ ଲେଖାଯାଇଛି । ଲେଟର ସେହି ସମସ୍ତଙ୍କ ନିକଟକୁ ଲେଖାଯାଇଛି, ଯାହାଙ୍କ ନାମ ଆମ ପାଖରେ ପଂଜିକୃତ ଅଛି । ପରବେଜ ରସୁଲ ଏହାକୁ ଖରାପ ଭାବିଛନ୍ତି ଯେ, ତାଙ୍କୁ ଏହି ଲେଟର କଣ ପାଇଁ ଲେଖାଗଲା ।
ତେବେ ସେ ଆଗକୁ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଏମିତି ଏଥିପାଇଁ କଲୁ, କାରଣ ଆମେ ଏକ ଅଡିଟ ରିପୋର୍ଟ ପ୍ରସ୍ତୁତ କରିବାକୁ ଚାହୁଁଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking