28.1 C
Bhubaneswar
Thursday, May 2, 2024
Homeଓଡିଶାକେବିସି ନା’ରେ ସାଇବର ଠକେଇ : ନେପାଲ ବର୍ଡରରୁ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ, ୨...

କେବିସି ନା’ରେ ସାଇବର ଠକେଇ : ନେପାଲ ବର୍ଡରରୁ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ, ୨ ମାସରେ ୪ କୋଟିରୁ ଅଧିକ ଟଙ୍କା ଠକେଇ

ଝାରସୁଗୁଡା : ବେଲପାହାଡ଼ରେ କେବିସି ଲଟେରୀ ନାରେ ଜଣେ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଘଟଣାର ଫର୍ଦ୍ଦାଫାସ କରିଛି ପୁଲିସ । ଠକେଇ କରିଥିବା ଅଭିଯୁକ୍ତକୁ ପୁଲିସ ନେପାଲ ବର୍ଡ଼ରରୁ ଗିରଫ କରି ଟ୍ରାନ୍‌ଜିଟ ରିମାଣ୍ଡରେ ଝାରସୁଗୁଡା ଆଣିଛି । ଗିରଫ ଅଭିଯୁକ୍ତ ଜଣକ ବିହାରର ନିରଜ କୁମାର ବୋଲି ଜଣାପଡିଛି । ପୁଲିସ ନିରଜକୁ ଝାରସୁଗୁଡା ଆଣିବାପରେ ଏହି ସାଇବର ଠକେଇରେ ତାକୁ ସହଯୋଗ କରୁଥିବା ଅଭିଯୁକ୍ତମାନଙ୍କୁ  ଧରିବା ପାଇଁ ଅଧିକ ତଦନ୍ତ ଜାରି ରଖିଥିବା ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି ।

ତେବେ ନିତାଙ୍କଠାରୁ ଏହି ଠକମାନେ ଟଙ୍କା ନେଇଥିବା ବିକାଶ ରାମଙ୍କ ଏସବିଆଇ ଆକାଉଣ୍ଟଟି  କିଛି ଦିନ ପୂର୍ବରୁ ଖୋଲା ଯାଇଥିବାବେଳେ ସେହି ଆକାଉଣ୍ଟରୁ ଆଇସିଆସିଆଇ ବ୍ୟାଙ୍କରେ ଆକାଉଣ୍ଟଟ ଥିବା ନିରଜ କୁମାର, ମହେଶ କୁମାର ଓ ରମେଶ କୁମାର ନାମକ ୩ଟି ଆକାଉଣ୍ଟକୁ ଟଙ୍କା ପଠାଯାଇଥିଲା । ପୁଲିସ ଏହି ତିନୋଟି ଆକାଉଣ୍ଟର ଖୋଲତାଡ କରିବାରୁ ଆକାଉଣ୍ଟ ନମ୍ବର ସହ ଲିଙ୍କ ହୋଇଥିବା ମେ।।ଇଲ ନମ୍ବର ଏବଂ ଆକାଉଣ୍ଟ ଡିଟେଲ୍ସରୁ ଏହା ବିହାରର ଚାପରନ ଅଂଚଳର ଲୋକଙ୍କ ବୋଲି ପୁଲିସ ଜାଣିବାକୁ ପାଇଥିଲା । ଏହାସହ ୨ ମାସରେ ନିରଜ କୁମାରର ଆକାଉଂଟରେ ୩ କୋଟି ୩୩ ଲକ୍ଷ, ୭ ଦିନ ମଧ୍ୟରେ ରମେଶ କୁମାରର ଆକାଉଂଟରେ ୩୨ ଲକ୍ଷ ଏବଂ ମହେଶ କୁମାରର ଆକାଉଂଟରେ ୨୬ ଲକ୍ଷ ଟଙ୍କାର ଟ୍ରାନ୍ସଜେକ୍ସନ ହୋଇଥିବାର ତଥ୍ୟ ପୁଲିସ ହାତରେ ଲାଗିଥିଲା । ଏହାପରେ ଝାରସୁଗୁଡା ଏସପିଙ୍କ ପ୍ରତ୍ୟକ୍ଷ ତତ୍ୱାଧାନରେ ଏକ ପୁଲିସ ଦଳ ବିହାର ଯାଇ ପଶ୍ଚିମ ଚାପରନ ଓ ନେପାଲ ବୋର୍ଡରରୁ ନିରଜକୁ ଗିରଫ କରିଛି ।

ଅଭିଯୁକ୍ତ ନିରଜକୁ ଅଧିକ ପଚାରିବାରୁ ଏହି ଠକେଇରେ ଏକ ସାଙ୍ଗଠାନିକ ଗ୍ୟାଙ୍ଗ କାମ କରୁଥିବା ଜଣାପଡିଛି । ଏହି ଗ୍ୟାଙ୍ଗରେ ୪-୫ଟି ସ୍ତରରେ ଠକମାନେ କାମ କରୁଥିବାବେଳେ ପ୍ରଥମ ସ୍ତରରେ ନିରଜ ନୂତନ ଜାଲ ଆକାଉଂଟ ତିଆରି, ସିମ କାର୍ଡ ତଥା ଏଟିଏମ କାର୍ଡ ତିଆରି ପାଇଁ କାମ କରୁଥିଲା । ତେବେ ଦ୍ୱିତୀୟ ସ୍ତରରେ ମଧ୍ୟ କିଛି ସ୍ଥାନୀୟ ଯୁବକ କାମ କରୁଥିବା ଖବରପାଇ ଝାରସୁଗୁଡା ପୁଲିସ ଓ ବିହାର ପୁଲିସ ମିଶି ଚଢଉ କରିଥିଲେ ହେଁ ଅଭିଯୁକ୍ତାମାନେ ଘରୁ ଫେରାର ଥିବାରୁ ପୁଲିସ ହାତରେ ଧରା ପଡିନଥିଲେ । ତେବେ ପୁଲିସକୁ ଅଭିଯୁକ୍ତମାନଙ୍କ ଘରୁ ଟଙ୍କା ଠକେଇରେ ବ୍ୟବହାର ହେଉଥିବା ଆହୁରି ୩୦ଟି  ନୂତନ ଆକାଉଂଟ ବିଷୟରେ ତଥ୍ୟ ମିଲିବାସହ ପ୍ରାୟ ୪୪ ଲକ୍ଷ ଟଙ୍କାର ଟ୍ରାନଜେକ୍ସନକୁ ହୋଲ୍ଡ କରିବା ପାଇଁ ବ୍ୟାଙ୍କ କର୍ତୁପକ୍ଷଙ୍କୁ ପୁଲିସ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ଏହି ଗ୍ୟାଙ୍ଗ ମାତ୍ର ୨ ମାସରେ ୪ କୋଟିରୁ ଉର୍ଦ୍ଧ ଟଙ୍କା ନୀରିହ ଲୋକଙ୍କଠାରୁ ଠକେଇ କରିଥିବା ଜଣାପଡିଛି । ତେବେ ବିହାର ପୁଲିସ ଓ ଝାରସୁଗୁଡା ପୁଲିସକୁ ମିଲିଥିବା ଆହୁରି କିଛି ତଥ୍ୟକୁ ଆଧାର କରି ଶୀଘ୍ର ଏହି ସାଇବର ଠକ ଗ୍ୟାଙ୍ଗର ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଧରିବାରେ ସଫଳ ହେବ ବୋଲି ଝାରସୁଗୁଡା ଆରକ୍ଷୀ ଅଧିକାରୀ ବିକାଶ ଚନ୍ଦ୍ର ଦାସ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking