27.8 C
Bhubaneswar
Friday, April 19, 2024
Homeଓଡିଶାବର୍ଷା-ଅନୁଭବ ବିବାଦ, ପୁଣି ଥାନାରେ ଏତଲା ଦେଲେ ବର୍ଷା

ବର୍ଷା-ଅନୁଭବ ବିବାଦ, ପୁଣି ଥାନାରେ ଏତଲା ଦେଲେ ବର୍ଷା

କଟକ :  କେନ୍ଦ୍ରପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲା ଅଦାଲତରେ ବିଚାରାଧୀନ ଥିଲା ବେଳେ ପୁଣି ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ବର୍ଷା । ଦୁହିଁଙ୍କ ବିବାଦ ଶୀର୍ଷକୁ ଛୁଇଁଥିଲେ ବି ବର୍ଷା ଏବେ ଅନୁଭବଙ୍କ ଘରେ ହିଁ ରହୁଛନ୍ତି । ସେଠାରେ ରହି ସେ ଅନୁଭବଙ୍କ ବିରୋଧରେ  ବିବାହ ବିଚ୍ଛେଦ କେଶ୍ ମଧ୍ୟ ଲଢୁଛନ୍ତି । ମାତ୍ର ଶ୍ୱଶୁର ଘରେ ତାଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦିଆଯାଉଛି ବୋଲି ପୂର୍ବରୁ ବର୍ଷା ଏକାଧିକ ବାର ପୁରୀଘାଟ ଥାନାରେ ଅଭିଯୋଗ କରିଥିଲା ବେଳେ ବୁଧବାର ପୁଣି ସେ ଥାନାରେ ଏତଲା ଦେଇଛନ୍ତି ।

ସେ ରହୁଥିବା ରୁମ୍‌ର ଏସି  ଏବଂ ଟିଭିରୁ ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଛି । ଇନଭଟରରୁ  ବିଦ୍ୟୁତ୍ ସଂଯୋଗ ଛିନ୍ନ କରିଦିଆଯାଇଛି । ଫଳରେ ଏସି ଚାଲୁନାହିଁ ,ଗରମ ଦିନରେ ତାଙ୍କୁ ରହିବାରେ ଅସୁବିଧା ହେଉଛି । ଏଥିସହିତ  ଆକ୍ୱାଗାର୍ଡ ରୋଷେଇ ଘରେ ଥିବାରୁ ଶାଶୁଘର ଲୋକେ ରୋଷେଇ ଘରେ ତାଲା ପକାଇ ଦେଇଛନ୍ତି ।  ଏଣୁ  ସେ ପିଇବା ପାଣି ପାଇପାରୁନାହାନ୍ତି କି କିଛି ରୋଷେଇ ମଧ୍ୟ କରିପାରୁନାହାନ୍ତି । ତାଙ୍କ ବାପଘର ଲୋକେ ଖାଦ୍ୟ ଓ ପାଣି ତାଙ୍କୁ ଯେଗାଉଛନ୍ତି । ଏସବୁ ଦୃଷ୍ଟିରୁ ତାଙ୍କ ରୁମ୍‌ରେ ଆକ୍ୱାଗାର୍ଡ଼  ଓ ଟିଭି ଲଗାଇବା ପାଇଁ ପୁଲିସଠାରୁ  ସୁରକ୍ଷା ଲୋଡ଼ିଛନ୍ତି ବର୍ଷା । ପୁଲିସ ଉପସ୍ଥିତିରେ ଟିଭିରେ ବିଦ୍ୟୁତ୍ ସଂଯୋଗ ଓ ଆକ୍ୱାଗାର୍ଡ  ଲାଗାଇବା ପାଇଁ ସେ ଏତଲାରେ ନିବେଦନ କରିଛନ୍ତି । ପୁଲିସ ଅଭିଯୋଗ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ,  ଅନୁଭବ ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ବିବାହ ବିଚ୍ଛେଦ ପାଇଁ ପୃଥକ ଭାବେ କୋର୍ଟର  ଆବେଦନ କରାଯାଇଥିଲା। ଅନୁଭବ ଦିଲ୍ଲୀସ୍ଥିତ ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ । ତେବେ ଦିଲ୍ଲୀ ପଟିଆଲା ହାଉସ୍‌କୋର୍ଟରୁ କଟକ ସ୍ଥାନାନ୍ତର କରିବାକୁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ବେଳେ ଅଦାଲତ ପଟିଆଲା ହାଉସ କୋର୍ଟ ବଦଳରେ କଟକର ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରିବା ଲାଗି ଗତ ୫ତାରିଖରେ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking