27.1 C
Bhubaneswar
Tuesday, January 14, 2025
Homeଓଡିଶାରାସ୍ତାରେ ଜୀବନ ବିତାଉଛନ୍ତି ନିଃସହାୟ ବ୍ୟକ୍ତି

ରାସ୍ତାରେ ଜୀବନ ବିତାଉଛନ୍ତି ନିଃସହାୟ ବ୍ୟକ୍ତି

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ସହର ଏବଂ ଆଖପାଖ ଅଞ୍ଚଳରେ ଅନେକ ଜର୍ଜରିତ ନିଃସହାୟ ମଣିଷ ବାଟଘାଟ ରାସ୍ତା ମଝିରେ ପଡ଼ିରହିଥିବା ଦେଖିବାକୁ ମିଳୁଛନ୍ତି । କେବେ ହୋଟେଲ ସମ୍ମୁଖରେ, କେବେ ଫଳମୂଳ ଦୋକାନ ପାଖରେ ତ କେବେ ଠେଲା ଚା ବିସ୍କୁଟ ଦୋକାନ କଡରେ । ଲୋକେ ଜିନିଷ କିଣିନେଲା ବେଳେ ଅନେଇ ଦେଖୁଥାନ୍ତି । ଦିନ ତମାମ ଖରାରେ ଖୋଲାଆକାଶ ତଳେ ଏପଟ ସେପଟ ଘୂରି ବୁଲୁଥିବା ବେଳେ ରାତିରେ କେଉଁ କୁଡିଆ ଛାଉଣୀ ତ କେବେ କେଉଁ ଘର ବାରଣ୍ଡାର ଅଢ଼ୁଆଳରେ ସାମାନ୍ୟ କପଡ଼ା ଦେହରେ ଘୋଡ଼େଇ ହୋଇ ଶୋଇପଡ଼ନ୍ତି ।
ଏମାନଙ୍କ ଶରୀର କ୍ଷତବିକ୍ଷତ । ଗୋଡ଼ହାତରୁ ରକ୍ତପୁଜ ବାହାରୁଥିବାର ଦେଖିବାକୁ ମିଳୁଛି । କେବେ କେବେ କେହି ଦୟାଶୀଳ ବ୍ୟକ୍ତିଙ୍କଠାରୁ ଫଳମୂଳ କି ବିସ୍କୁଟଟିଏ ପାଇଗଲେ ଜୋରରେ ଜାବୁଡ଼ି ଧରି ତତ୍‌କ୍ଷଣାତ ମୁହଁରେ ପୂରାଇ ଦେଇଥାନ୍ତି । ସତେ ଯେମିତି ଏମାନେ ଅନେକ ଦିନରୁ ଭୋକିଲା । ଦୀର୍ଘ ଦିନରୁ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ଆଖପାଖ ଅଞ୍ଚଳରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଘୂରିବୁଲୁଥିବା ଦେଖିବାକୁ ମିଳେ । ଗୋଡ଼ହାତ କ୍ଷତବିକ୍ଷତ । ମଝି ରାସ୍ତାରେ ବସାଉଠା କରନ୍ତି । ଏପଟସେପଟ ଘୂରି ବୁଲୁଥାଆନ୍ତି । ସାରସମାଳ ଅଞ୍ଚଳରେ ଜଣେ ୪୦ ବର୍ଷୀୟା ମାନସିକ ଭିନ୍ନକ୍ଷମ ମହିଳା ଖୋଲାପାଦରେ ରାସ୍ତାରେ ଘୂରି ବୁଲୁଥିବାର ଦେଖାଦେଇଛି । ସେହିପରି ବୃନ୍ଦାମାଳ ସୁନାରୀମୁଣ୍ଡା ଅଞ୍ଚଳରେ ଜଣେ ବୃଦ୍ଧ (୫୦) ହାତରେ ବାଡିଟିଏ ଧରି ରାସ୍ତାରେ କାରଖାନାକୁ ଯାତାୟତ କରୁଥିବା ଲୋକଙ୍କୁ ଅନାଉଥିବାର ଦେଖାଯାଏ । କେବେ କେବେ ରାସ୍ତାର ଏପଟସେପଟ ହୋଇ ହାତରେ ଧରିଥିବା ବାଡ଼ିରେ ଚଳାଚଳ କରୁଥିବା ଯାନବାହନକୁ ବାଡ଼େଇଥାଆନ୍ତି । ଏମାନଙ୍କୁ ସରକାରୀ ଓ ବେସରକାରୀ ସ୍ତରରେ ସହାୟତା ଯୋଗାଇଦେବା ଲାଗି ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking