28.1 C
Bhubaneswar
Tuesday, May 21, 2024
Homeପଶ୍ଚିମବଙ୍ଗ ନିର୍ବାଚନଟିଏମସିର ପ୍ରଚାର କରିବାକୁ ପହଞ୍ଚିଲେ ଜୟା ବଚ୍ଚନ

ଟିଏମସିର ପ୍ରଚାର କରିବାକୁ ପହଞ୍ଚିଲେ ଜୟା ବଚ୍ଚନ

କୋଲକାତା : ତୃତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ୬ ଏପ୍ରିଲରେ ମତଦାନ ଚାଲିଛି ।  ଏହି ସମୟରେ ସମାଜବାଦୀ ପାର୍ଟି ସାଂସଦ ଜୟ ବଚ୍ଚନ ସୋମବାର ଦିନ ହାଇ-ପ୍ରୋଫାଇଲ ଟୋଲିଗଞ୍ଜ ଆସନରେତୃଣ ମୁଳ କଂଗ୍ରେସ ପାଇଁ ପ୍ରଚାର କରିବାକୁ ଆସିଥିଲେ ।  ବିଜେପି ଉପରେ ଆକ୍ରମଣ କରି ଜୟ ବଚ୍ଚନ କହିଛନ୍ତି ଯେ, ବଙ୍ଗୀୟମାନଙ୍କୁ ଧମକ ଦେଇ କେହି କେବେ ସଫଳ ହୋଇନାହାଁନ୍ତି ।  ଜଣାଶୁଣା ଅଭିନେତ୍ରୀ ଏଠାରେ ଥିବା ତୃଣ ମୁଳ କଂଗ୍ରେସ (ଟିଏମସି) ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରଶଂସା କରିବା ସହ ପଶ୍ଚିମବଙ୍ଗରେ ଗଣତନ୍ତ୍ର ପାଇଁ ଏକାକୀ ସଂଗ୍ରାମ କରୁଛନ୍ତି ବୋଲି କହିଥିଲେ ।  ବଚ୍ଚନ କହିଛନ୍ତି ଯେ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ନିର୍ଦ୍ଦେଶରେ ସେ ପଶ୍ଚିମବଙ୍ଗର ତୃଣ ମୁଳ ପାଇଁ ପ୍ରଚାର କରିବାକୁ ଆସିଛନ୍ତି ।

ଜୟା ବଚ୍ଚନ କହିଛନ୍ତି ଯେ ମମତା ଅତ୍ୟାଚାର ବିରୋଧରେ ଏବଂ ବଙ୍ଗଳାବାସୀଙ୍କ ଗଣତାନ୍ତ୍ରିକ ଅଧିକାର ପାଇଁ ଏକାକୀ ଲଢୁଛନ୍ତି ।  ତାଙ୍କ ଗୋଡ ଭାଙ୍ଗି ଯାଇଛି, ତଥାପି ସେଲଢୁଛନ୍ତି ।  ପରୋକ୍ଷରେ ବିଜେପି ଉପରେ ଆକ୍ରମଣ କରି ବଚ୍ଚନ କହିଛନ୍ତି ଯେ ବଙ୍ଗୀୟମାନଙ୍କୁ ଧମକ ଦେଇ କେହି ସଫଳ ହୋଇ ନାହାଁନ୍ତି ।  ବଚ୍ଚନ କହିଛନ୍ତି ଯେ, ”ବାନାର୍ଜୀଙ୍କୁ ସମାଲୋଚନା କରୁଥିବା ବ୍ୟକ୍ତି ଲଜ୍ଜିତ ହେବା ଉଚିତ ।  ସେ କହିଛନ୍ତି ଯେ ସେ ଅଧିକାର ପାଇଁ ଲଢୁଛନ୍ତି ଏବଂ ବଙ୍ଗଳାବାସୀଙ୍କ ସମ୍ମାନ ପାଇଁ ଲଢୁଛନ୍ତି  । ଏହା ମହିଳାମାନଙ୍କ ପାଇଁ ସବୁଠାରୁ ନିରାପଦ ରାଜ୍ୟ ।  ଯେଉଁମାନେ ତାଙ୍କୁ ସମାଲୋଚନା କରଛନ୍ତି, ସେମାନଙ୍କୁ ଲଜ୍ଜା କରିବା ଉଚିତ ! ”

ସୂଚନାଯୋଗ୍ୟଯେ, କିଛି ଦିନ ପୂର୍ବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ପତ୍ର ଲେଖିଥିଲେ ଓ ତାଙ୍କର ସାଥ ଦେବାକୁ କହିଥିଲେ ।  ଗଣତନ୍ତ୍ରକୁ ହତ୍ୟା ନକରିବା ପାଇଁ ତାଙ୍କୁ ସମସ୍ତ ନେତାଙ୍କ ସମର୍ଥନ ଆବଶ୍ୟକ ବୋଲି ମମତା କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking