30.1 C
Bhubaneswar
Saturday, July 12, 2025
Homeଓଡିଶା ଓଡିଶା ଜନସାଥୀ ସମ୍ମିଳନୀ: ଅଧିକାର ନ ମିଳିଲେ ଶ୍ରେଣୀ ସଂର୍ଘଷ ନିଶ୍ଚିତ -ନରସିଂହ

 ଓଡିଶା ଜନସାଥୀ ସମ୍ମିଳନୀ: ଅଧିକାର ନ ମିଳିଲେ ଶ୍ରେଣୀ ସଂର୍ଘଷ ନିଶ୍ଚିତ -ନରସିଂହ

ବଲାଙ୍ଗିର- ରାଜ୍ୟର ସମସ୍ତ ଅଞ୍ଚଳର ଜନ ସାଥିମାନେ ଆଜି ତାଙ୍କର ରାଜ୍ୟ ସ୍ତରୀୟ ସମ୍ମିଳନୀରେ ଏକତ୍ରିତ ହୋଇଛନ୍ତି, ତାଙ୍କ ଅନେକ ସମସ୍ୟା ଅଛି ସରକାର  କେନ୍ଦ୍ରର ହେଉ କି ରାଜ୍ୟର ସେମାନେ ସମାଜର ଦଳିତ, ଖଟିଖିଆ । ସରକାର ବାରମ୍ବାର ଶ୍ରମଜୀବୀଙ୍କର ଅଧିକାରକୁ ଅଣଦେଖା କରୁଛନ୍ତି, ଯଦି ସରକାରଙ୍କ ଏପରି ମନୋବୃତ୍ତି ଜାରି ରହେ ତେବେ ରାଜ୍ୟସାରା ଜନସାଥିମାନେ ଆନ୍ଦୋଳନର ରାସ୍ତା ବାଛିବେ ବୋଲି ଆଜି ସ୍ଥାନୀୟ ମିଶନ ସ୍କୁଲ ଖେଳ ପଡିଅରେ ଲୋକ ଉନ୍ନତି ସଂଗଠନ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ଜନସାଥି ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉଭୟ କେନ୍ଦ୍ରର ଓ ରାଜ୍ୟ ସରକାରଙ୍କୁ ଚେତେଇଦେଇଛନ୍ତି ।
ଆଶିଷ କୁମାର ରାଜହଂସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବିଧାୟକ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଚନ୍ତି ବାବା ସାହେବ ଆମ୍ବେଦକର ଦଳିତ ଶ୍ରେଣୀ ର ହୋଇଥିଲେ ମଧ୍ୟ  ଆଇନ ଏପରେ ଥିବା ତଙ୍କର ଅଗାଧ ପାଣ୍ଡିତ୍ୟ ତାଙ୍କୁ ସାମ୍ବିଧାନ ପୂରଣ ସଭାର ନେତୃତ୍ୱ ଦେଇଥିଲା । ଏପରିକି ଦେଶର ପଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ତାଙ୍କ ଆଦର୍ଶର୍ ଏବଂ ବାବା ସାହେବଙ୍କ ଆଦର୍ଶରେ ନୀତି ଗତ ପାର୍ଥକ୍ୟ ଥିଲେ ମଧ୍ୟ ପଣ୍ଡିତ ନେହେରୁ ବାବା ସାହେବଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ଆଇନମନ୍ତ୍ରୀର ପଦ ଦେଇଥିଲେ ।
ଭାରତର ସମ୍ବିଧାନ ହେଉଛି ପୃଥିବୀର ସର୍ବଶ୍ରେଷ୍ଠ ସମ୍ବିଧାନ । ଯାହା  ବାବା ସାହେବଙ୍କ ଅବଦାନ, ଯେଉଁ ସମ୍ବିଧାନରେ ଲୋକଙ୍କୁ ସମାନତାର ଅଧିକାର ଦିଆଯାଇଛି, କିନ୍ତୁ ଲୋକେ ସେଥିରୁ ବଂଚିତ ହେଉଛନ୍ତି, ବାବା ସାହେବ ଆମ୍ବେଦକର  ଧନୀ ଓ ଗରିବଙ୍କ ଭିତରେ ଥିବା ଅର୍ଥନୈତିକ ତାରତମ୍ୟକୁ ନେଇ ବେଶ ଚିନ୍ତିତ ଥିଲେ । ଏପରି କି ମାନ୍ୟବର  ସୁପ୍ରିମକୋଟ ଧନୀ ଓ ଗରିବଙ୍କ ଭିତରେ ଥିବା ତାରତମ୍ୟକୁ ଯଦି ନ କମାଯାଏ ତେବେ ଦେଶରେ ନିଶ୍ଚିତ ଶ୍ରେଣୀ ସଂଘର୍ଷ ନିଶ୍ଚିତ ବୋଲି  ମତବ୍ୟକ୍ତ କରିଥିଲେ ।  ତେଣୁ ସରକାର ଯିଏ ବି ହୁଅନ୍ତୁ ଦେଶର କୋଟି କୋଟି ମହିଳା ଓ ପୁରୁଷ ଶ୍ରମଜିବୀଙ୍କୁ ତାଙ୍କର ଅଧିକାର ଦିଅନ୍ତୁ ନଚେତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଭଳି ଅଧିକାର ପାଇଁ ଶସସ୍ତ୍ର ସଂଘର୍ଷର ଡାକରା ଦେବେ ବୋଲି ସରକାରଙ୍କୁ ଚେତେଇ ଦେଇଥିଲେ ।
ଓଡିଶା ଶ୍ରମଜିବି ମଞ୍ଚ ଓ ମହିଳା ଶ୍ରମଜିବି ମଞ୍ଚ ଓଡିଶା ଦ୍ୱାରା ଅୟୋଜିତ  ଏହି ତୃତୀୟ ରାଜ୍ୟ ସ୍ତରିୟ ଜନସାଥୀ ସମ୍ମିଳନୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ପ୍ରକାର କୃଷିଜାତ ଦ୍ରବ୍ୟ କଳା, କାରିଗରି ସାମଗ୍ରୀର ପ୍ରଦର୍ଶନ କରାଯାଇଥିଲା । ଏହି ସମ୍ମିଳନୀରେ ସହସ୍ରାଧିକ ମହିଳା ଓ ପୁରୁଷ ଜନସାଥି ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking