40.1 C
Bhubaneswar
Thursday, April 25, 2024
Homeଓଡିଶାମାହେଶ୍ୱରୀ ତରଫରୁ ଆନ୍ତଃ କଲେଜ ପ୍ରତିଯୋଗିତା

ମାହେଶ୍ୱରୀ ତରଫରୁ ଆନ୍ତଃ କଲେଜ ପ୍ରତିଯୋଗିତା

ବଲାଙ୍ଗୀର,(ଦେବାଶିଷ ମିଶ୍ର) – ମାହେଶ୍ୱରୀ ସଂଗଠନ ବାଲାଙ୍ଗିର ତରଫରୁ ସ୍ଥାନିୟ ଟାଉନ ହଲ ଠାରେ ଏକ  କଲେଜ ସ୍ତରିୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସଂଗିତ,ସୂଚନା ଲିଖନ ତଥା ପ୍ରଥମ ଥର ପାଇଁ ଅୟୋଜିତ କୋଶଲି ପିନ୍ଧଣା ପ୍ରତିଯୋଗିତା ରେ ବିଭିନ୍ନ କଲଜେ ର ଛାତ୍ରଛାତ୍ରି ବେଶ ଆଗ୍ରହର ସହ ଯୋଗଦେଇଥିଲେ ।  ସୂଚନା ଲିଖନ ବିଭାଗରେ ସାମ୍ବାଦିକ ମନୋରଞ୍ଜନ ଯୋଷୀ,ସତ୍ୟ ସୁନ୍ଦର ଭଞ୍ଜ, ବିରେନ୍ଦ୍ର ଝାଙ୍କର, ବିଶ୍ୱଜୀତ ଦାଶ ଓ ଜ୍ୟୋତ୍ସାମୟୀ ଦାସଙ୍କ ଦ୍ୱାରା ସୁସଜ୍ଜିତ ବିଚାରକ ମଣ୍ଡଳୀ  ଯଥାକ୍ରମେ, ସିଏନସି କଲେଜ ର ପ୍ରତିକ ଅଗ୍ରବାଲ ପ୍ରଥମ, ଜେଆଇଟିଏମ ର ସ୍ୱାତିମୟି ଜେନା ଦ୍ୱିତୀୟ ଓ ସିଏନସି କଲେଜର ଆର୍ଚି ଅଗ୍ରବାଲଙ୍କୁ ତୃତୀୟ ଯୋଗ୍ୟ ବିବେଚିତ ହୋଇଥିଲେ । ସେହିପରି ସଂଗିତ ବିଭାଗରେ ବାବୁଲୁ ଜୈନ, ସୁରେନ୍ଦ୍ର ଉଦଗାତା,ପ୍ରଦିପ ବରାଳ ଓ ବିଥିକା ଚର୍ଟଜୀ୍‌ଙ୍କ ବିଚାରକ ମଣ୍ଡଳି ଦ୍ୱାରା ଯଥାକ୍ରମେ, ସାଇଟ୍ ର ସୋମ୍ୟାରାଣୀ ନାୟକଙ୍କୁ ପ୍ରଥମ, ଯୁଗ୍ମ ରୁପେ କଳାଧାମ କଳା କେନ୍ଦ୍ରର ଅଜୟ ସିଂଦେଓ ଓ ସିଏନସିର ପ୍ରବିନ ନନ୍ଦଙ୍କୁ ଦ୍ୱିତୀୟ ତଥା ରାଜେନ୍ଦ୍ର କଲେଜର ଗୋପେଶ ବାଗଙ୍କୁ ତୃତୀୟ ଯୋଗ୍ୟ ବିବେଚିତ ହୋଇଥିଲେ ।
ପଶ୍ଚିମ ଓଡିଶା ର ବେଶଭୁଷା ଉପରେ ଆୟୋଜିତ କୋଶଲି ପିନ୍ଧନ ପ୍ରତିଯୋଗିତା ଦର୍ଶକମାନଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା । ଏହି  ନିଆରା ପ୍ରତିଯୋଗିତାର ବିଚାରକ ଦାଇତ୍ୱ ନିମାଇଁ ଚରଣ ପାଣିଗ୍ରାହି, ହରେକୃଷ୍ନ ସାହୁ ଓ ଜାଗ୍ୟସେନି ମାହାପାତ୍ର ତୁଲାଇଥିବା ବେଳେ, ମହିଳା ମାହାବିଦ୍ୟାଳୟର  ଶୁଶ୍ରୀତା ଗରୁଡ ପ୍ରଥମ,ଜେଆଇଟିଏମ ର ପ୍ରିୟଦର୍ଶୀନି ଚାନ୍ଦ ଦ୍ୱିତିୟ ଓ  ମହିଳା ମାହାବିଦ୍ୟାଳୟର ରାଶେଶ୍ୱରୀ ପାଣିଗ୍ରାହି ତୃତୀୟ ହୋଇଥିଲେ । ଏହି ଅବସରରେ ମାନ୍ୟବର ବାଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ରୁପେ ଯୋଗଦେଇ ପଶ୍ଚିମ ଓଡିଶାର କଳା ସଂସ୍କୃତି, ବେଶଭୂଷା ଓ ଗିତବାଦ୍ୟ ବିଶ୍ୱ ଦରବାରରେ ସବୁବେଳେ ଆଦୃତ ହୋଇଛି । ମାହେଶ୍ୱରୀ ସଂଗଠନର  ଏଭଳି ପ୍ରୟାଶ ଏହାକୁ ଆହୁରି ଆଦୃତ କାରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ମାହେଶ୍ୱରୀ ସଂଗଠନର ସମସ୍ତ କାଯ୍ୟକର୍ତା ସହ ସଂଗଠନର  ଉପଦେଷ୍ଟା ଲଳିତ ନାୟକ, ଲୋଟସ ଷଢଙ୍ଗି ଓ ବ୍ୟାସଦେବ ନନ୍ଦ ଉପସ୍ତିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking