କଳିଙ୍ଗ ନଗର ଶିଳ୍ପଅଞ୍ଚଳ ବନ୍ଦ କାରଖାନା ଗୁଡିକ ଚାଲୁକରିବା ପାଇଁ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଧାରଣା

ଯାଜପୁର : ଯାଜପୁର ଜିଲ୍ଲାର କାଲିଙ୍ଗନଗ ଶିଳ୍ପାଞ୍ଚଳର ନୀଳାଚଳ ଇସ୍ପାତ ,ମେସ୍କୋ ,ମୈଥାନ ,କେଜେk ଇସ୍ପାତ ,ସହିତ ଅନ୍ୟ ସମସ୍ତ ଅଚଳ ଓ ରୁଗ୍ଣ କାରଖାନାକୁ ଚାଲୁ କରିବା ଓ କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ ଦାବିରେ ରାଜ୍ୟ ଆଇ ଏନ ଟି ଉ ସିର ଆହ୍ୱାନରେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା , ପ୍ରତିବାଵ ଏବଂ ଦାବିପତ୍ର ପ୍ରଦାନ କରାଯାଇଛି। ଏହା ତିନି ଦିନ ଧରି ଚାଲିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ସାମିଲ ହୋଇଛନ୍ତି ଆଇ ଏନ ଟି ଉ ସି ,ନୀଳାଚଳ ବଞ୍ଚାଓ ମିଳିତ ମଞ୍ଚ, ମେସ୍କୋ ୱାର୍କର ୟୁନିୟନ, ବିସ୍ଥାପିତ କମିଟି ,ଟ୍ରାନ୍ସପୋର୍ଟ ୱାର୍କର ୟୁନିୟନ ଏବଂ କାଲିଙ୍ଗନଗର ବିଭିନ୍ନ ଶ୍ରମିକ ସଂଗଠନ ଓ କର୍ମକର୍ତ୍ତା ।ଆସନ୍ତା ନଭେମ୍ବର 5 ତାରିଖରେ କଳିଙ୍ଗନଗର ସ୍ଥିତ ମାନପୁର ଠାରେ ଦୁର୍ବାର ଆନ୍ଦୋଳନ ଓ ପ୍ରତିବାଦ କରାଯିବ ବୋଲି ମିଲିତ ଶ୍ରମିକ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି।

LEAVE A REPLY

Please enter your comment!
Please enter your name here