33.1 C
Bhubaneswar
Wednesday, April 24, 2024
Homeଓଡିଶାଗଡିବ ମା ବିରଜାଙ୍କ ସିଂହଧ୍ବଜ ରଥ

ଗଡିବ ମା ବିରଜାଙ୍କ ସିଂହଧ୍ବଜ ରଥ

ଯାଜପୁର : ଗଡିବ ମା ବିରଜାଙ୍କ ସିଂହଧ୍ବଜ ରଥ । କୋଭିଡ କଟକଣାରେ ରଥ ଚାଲିବା ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ସୋମାବର ସନ୍ଧ୍ୟାରେ ଯାଜପୁର ଜିଲ୍ଲପାଳ ଏସପି ମନ୍ଦିର ପ୍ରଶାସକ ତଥା ଉପଜିଲ୍ଲାପାଳଙ୍କ ସହ ମନ୍ଦିର ସେବାୟତଙ୍କ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳଙ୍କ ସମ୍ମିଳନି ଗୃହରେ ଆୟୋଜିତ ବୈଠକରେ  ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କୋଭିଡ କଟକଣାରେ ମା ବିରଜାଙ୍କ ଶାରଦୀୟ ଦୁର୍ଗାପୂଜା ରିତିନିତି ଓ ନବ ଦିନ ବ୍ୟାପି ରଥ ଯାତ୍ରା କରାଯିବ ବୋଲି ନିଷ୍ପତି ନିଆଯାଇଛି । ଆସନ୍ତା ୧୭ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବରେ ସେବାୟତମାନଙ୍କର ୩ଟି ପର୍ଯ୍ୟାୟରେ ହେବ କୋବିଡ଼ ଟେଷ୍ଟ କରାଯିବା ସହ ରଥଯାତ୍ରା ସମୟରେ ମନ୍ଦିର ଚତୁଃପାର୍ଶ୍ବରେ ରଥ ଯାତ୍ରା ସମୟ ରେ ୧୪୪ ଧରା ଲାଗୁ ହେବ । କେବଳ ପୋଲିସ ଓ ସେବାୟତଙ୍କ ଦ୍ବାରା ଟଣାଯିବ ମାଙ୍କ ରଥ ବୋଲି ଜିଲ୍ଲାପାଲ କହିଛନ୍ତି । ଟ୍ରାଫିକ ଶାନ୍ତିଶୃଙ୍ଖଳା ଓ ରଥ ଟଣା ଲାଗି  ବ୍ୟାପକ ପୋଲିସ ମୃତୟନ ହେବେ ବୋଲି ଏସପି ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking