27.1 C
Bhubaneswar
Friday, July 25, 2025
Homeଖେଳୱାର୍ଣ୍ଣର-ଧୋନି ଲଢ଼େଇ ଆଜି

ୱାର୍ଣ୍ଣର-ଧୋନି ଲଢ଼େଇ ଆଜି

ଦୁବାଇ : ୟୁଏଇରେ ଖେଳାଯାଉଥିବା ଆଇପିଏଲ୍‌ରେ ଆଜି ସନ୍‌ରାଇଜର୍ସ ହାଇଦରାବାଦ୍‌ ସହ ଚେନ୍ନଇ ସୁପର କିଙ୍ଗ୍‌ସ ମ୍ୟାଚ ହେବ। ଆଇପିଏଲ୍‌ର ଚଳିତ ସଂସ୍କରଣରେ ବର୍ତ୍ତମାନ ସୁଦ୍ଧା ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଚେନ୍ନଇ। ୩ଥର ଚମ୍ପିଆନ୍‌ ତଥା ଗତ ସଂସ୍କରଣରେ ରନର୍ସଅପ୍‌ ହୋଇଥିବା ଚେନ୍ନଇ ଦଳ ଚଳିତ ସଂସ୍କରଣରେ ୭ଟି ମ୍ୟାଚ୍‌ ଖେଳି ୫ଟିରେ ପରାସ୍ତ ହୋଇଛି। ତେଣୁ ସନରାଇଜର୍ସ ହାଇଦରାବାଦ୍‌ ଦଳକୁ ପରାସ୍ତ କରିବାକୁ ଚେନ୍ନଇ ଉପରେ ପ୍ରବଳ ଚାପ ରହିଛି। ଦଳର ଓପନର୍‌ ସେନ୍‌ ୱାଟସନ୍‌ ଓ ଫାଫ୍‌ ଡୁପ୍ଲେସି ଠିକ୍‌ଠାକ୍‌ ପ୍ରଦର୍ଶନ କରୁଥିଲେ ମଧ୍ୟ ଦଳର ମଧ୍ୟଭାଗ ବ୍ୟାଟିଂ ବିଫଳ ହୋଇଛି। ଧୋନି ନିଜେ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା ବେଳେ ଗତ ମ୍ୟାଚ୍‌​‌େ​‌ର କେଦାର ଯାଦବଙ୍କ ସ୍ଥାନରେ ଦଳରେ ସ୍ଥାନ ପାଇଥିବା ନାରାୟଣ ଜଗଦେସାନ୍‌ ଓ ବରିଷ୍ଠ ବ୍ୟାଟସମ୍ୟାନ୍‌ ଅମ୍ବାତି ରାୟୁଡୁ ଭଲ ପ୍ରଦର୍ଶନ କରିଥିଲେ; ତଥାପି ଚେନ୍ନଇ ଦଳ ବିଜୟୀ ହୋଇପାରିନଥିଲା। ସାମ୍‌ କରନ୍‌, ରବିନ୍ଦ୍ର ଜାଡେଜା ଓ ଡୁଏନ୍‌ ବ୍ରାଭୋଙ୍କ ବିଫଳତା ଦଳର ଚିନ୍ତା ବଢ଼ାଇ ଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking