28.1 C
Bhubaneswar
Wednesday, July 23, 2025
Homeଓଡିଶାବିଜୁ ଯୁବ ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବିଜୁ ଯୁବ ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ମାଲକାନଗିରି : ମାଲକାନଗିରି ପୌରପାରିଷଧର ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର ସଦସ୍ୟ ମାନେ ସୋମବାର ମାଲକାନଗିରି ଜିଲ୍ଲାପାଳଙ୍କୁ ଭେଟି ଏକ ଦାବି ସମହୁ ଲିଖିତ ଭାବେ ଦିଆଯାଇଥିଲା । ଏହି ଦାବିରେ ଉଲ୍ଲେଖନିୟ ଅନୁଯାଇ କୋରନା ମହାମାରୀ ରୋକିବାକୁ ପୌରାଞ୍ଚଳ ସମସ୍ତ ୱାର୍ଡରେ ସାନିଟାଇଜେସନ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରାଯାଉ, ପୌରାଞ୍ଚଳ ଯେଉଁ ୱାର୍ଡରେ ପିଇବାପାଣିର ସମସ୍ୟା ରହିଅଛି ଓ ଠିକ ସମୟରେ ପାନୀୟଜଳ ନ ମିଲିବା ଯେଉଁ ୱାର୍ଡରେ ନାଳ ନାହିଁ ସେ ୱାର୍ଡ ଗୁଡିକରେ ନାଳ ତିଆରି କରାଯାଉ। ଜିଲ୍ଲାପାଳଙ୍କ ସମୁଖରେ ଥିବା ପ୍ରଭାତ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଅବହେଳିତ ଭାବେ ରହିଅଛି ଏଥିସହ ସେଠାରେ ଥିବା ଶିଶୁ ଉଦ୍ୟାନକୁ ପୁନରଉଦ୍ଧାର କରି ଏହାର ରକ୍ଷଣବେକ୍ଷଣ କରାଯାଉ। ଏଥିସହ ଜିଲ୍ଲାପାଳଙ୍କ ବାସଭବନ ପଛ ପଟେ ଥିବା ଶିଶୁ ଉଦ୍ୟାନର ମଧ୍ୟ ପୁନର ଉଦ୍ଧାର କରାଯାଇ। ରକ୍ଷଣଵେକ୍ଷଣ କରାଯାଉ। ଚଳିତ ବର୍ଷ ପ୍ରବଳ ବର୍ଷରେ ବହୁ ଲୋକଙ୍କ ଘରଦ୍ୱାର କ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଜିଲ୍ଲା ସଦର ମହକୁମାର ପ୍ରତ୍ୟେକ ୱାର୍ଡରେ ଡଷ୍ଟବିନ ନଥିବାରୁ ରାସ୍ତା ଉପରେ ଅଳିଆ ଆବର୍ଜନା ଜମା ହୋଇଛି । ତେଣୁ ତୁରନ୍ତ ସମସ୍ତ ୱାର୍ଡରେ ଡ଼ଷ୍ଟବିନ ରଖିବା ସୁବିଧା କରାଯାଉ। ଜିଲ୍ଲା କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାୟିତ୍ୱ ପ୍ରଦାନ କରାଯାଉ, ମାଥିଲି ମହାବିଦ୍ୟାଳୟର ୧ କୋଟି ୫୦ ଲକ୍ଷ ଟଙ୍କାର ହେରଫେର ରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରାଯାଉ ଓ ଉକ୍ତ ମହାବିଦ୍ୟାଳୟର ପରିଚାଳନା କମିଟିର ଦାୟିତ୍ୱ ମାଥିଲି ତହସିଲଦାର କିମ୍ବା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦିଆଯାଉ,ଜିଲ୍ଲାରେ କଳା ଓ ସଂସ୍କୃତି ପ୍ରାପ୍ୟ ଛାତ୍ରଛାତ୍ରୀ ମାନ ପାଇଁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରାଯାଉ,ଜିଲ୍ଲାର ସଦର ମହକୁମାରେ ଥିବା ଷ୍ଟାଡିୟମର ପୁନଃନିର୍ମାଣ ଓ ରକ୍ଷଣାବେକ୍ଷଣର ଦାୟିତ୍ୱ ଦିଆଯାଉ, ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠାନ କରି ବୈଷୟିକ ତାଲିମ ପ୍ରାପ୍ତ ଛାତ୍ରଛାତ୍ରୀମାନଙ୍କୁ ସେଥିରେ ନିୟୋଜିତ କରାଯାଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking