29.1 C
Bhubaneswar
Thursday, May 2, 2024
Homeଓଡିଶାବରୀରେ ବିଜେଡିର ମିଶ୍ରଣ ପର୍ବ

ବରୀରେ ବିଜେଡିର ମିଶ୍ରଣ ପର୍ବ

ଯାଜପୁର : ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀରେ ବୁଧବାର ପ୍ରବଳ ବର୍ଷା ସାଙ୍ଗକୁ ବିଜେଡିର ମିଶ୍ରଣ ପର୍ବ ରାଜନୀତି ପାଣି ପାଗକୁ ସରଗରମ କରିଦେଇଛି । ୩ଟି ସ୍ଥାନରେ ପୃଥକ ପୃଥକ ସଭାକରି ମିଶ୍ରଣ ପର୍ବ କରିଥିବା ଜଣାପଡ଼ିଛି । ପ୍ରଥମେ ଏହି ନିର୍ବାଚନ ମଣ୍ଡଳୀ ଝାଲପଡା ପଂଚାୟତରେ ସଭା କରାଯାଇ ସରପଞ୍ଚ ନିର୍ମଳ ସମାଲ ଓ ତାଙ୍କ ଶତାଧିକ ସମର୍ଥକମାନଙ୍କୁ ବିଜେଡିର ଯୋଗଦାନ କରାଇଥିବା ସୂଚନା ମିଳିଛି । ସରପଞ୍ଚ ସମାଲ ବିଜେଡିର ଲୋକାଭିମୁଖୀ ଯୋଜନା ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁଥିବାରୁ ବିଜେଡିରେ ମିଶିଲି ବୋଲି ONAକୁ ସୂଚନା ଦେଇଥିଲେ  । ସେହିପରି ବରୀ ପଂଚାୟତର ରାଜୀଵ ସେବାକେନ୍ଦ୍ର ପରିସରରେ ବିଜେଡି ବ୍ଲକ ସଭାପତି କେଦାର ସମାଲଙ୍କ ସଭାପତିତ୍ୱରେ ସଭାକରଯାଇ ସରପଞ୍ଚ ରମାକାନ୍ତ ମଳିକ ଓ ସମର୍ଥକମାନଙ୍କୁ ବିଜେଡିର ମିଶ୍ରଣ କରାଯାଇଛି । ଅପରାହ୍ନରେ ଅନ୍ୟାସପୁର ପଂଚାୟତରେ ସଭା କରାଯାଇଥିଲା । ସଭାପତି ସମାଲ ସଭାପତିତ୍ୱ କରିଥିଲେ, ସରପଞ୍ଚ ଶୁଭଲକ୍ଷ୍ମୀ ମଳିକ ,ପୂର୍ବତନ ସରପଞ୍ଚ ସୁଲଭ ମଳିକଙ୍କ ସମେତ ତାଙ୍କ ସମର୍ଥକ ୱାର୍ଡ ସଭ୍ୟମାନେ ବିଜେଡିର ଯୋଗଦାନ କରିଥିବା ସୂଚନା ମିଳିଛି । ବର୍ଷା ଓ କରୋନାକୁ ଖାତିର ନକରି ବିଜେଡି ଆଜି ବିଜେପି ଶିବିରକୁ ଖାଲି କରିଦେଇଥିବା ଚର୍ଚ୍ଚା ଜୋର ଧରିଛି । ବିଜେପି ଏବେ ବରୀରେ ସମ୍ପୂର୍ଣ ଦୁର୍ବଳ ହୋଇପଡିଛି  ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking