34.1 C
Bhubaneswar
Friday, March 29, 2024
Homeଓଡିଶାବରୀ ବିଜେପିର ତୁଙ୍ଗ ନେତାଙ୍କୁ କରୋନା 

ବରୀ ବିଜେପିର ତୁଙ୍ଗ ନେତାଙ୍କୁ କରୋନା 

ଯାଜପୁର : ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ବିଜେପି ଯୁବନେତା ବିଶ୍ୱରଂଜନ ମଲ୍ଲିକଙ୍କୁ କରୋନା ସଂକ୍ରମିତ ହୋଇଥିବା ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି । ସେ ଘରୋଇ ଚିକିତ୍ସା କରି କରୋନା ପଜେଟିଭ ଥିବା ଜାଣିବାକୁ ପାଇଥିଲେ । ଏବେ ଘରୋଇ ଚିକିତ୍ସାରେ ରହିଥିବା ସୂଚନା ମିଳିଛି । ମଲ୍ଲିକଙ୍କ ଆସୁ ଆରୋଗ୍ୟ କାମନା କରି ସମର୍ଥକମାନେ ପ୍ରାଥନା କରୁଥିବା ସାମାଜିକ ଗଣ ମାଧ୍ୟମରୁ ଜଣାଯାଇଛି । ମଲ୍ଲିକ ଗତ ଅଗଷ୍ଟ ମାସ ୧୨ ତାରିଖ ବରୀ ବ୍ଲକ ଅମଠପୁର ପଂଚାୟତକୁ ଆସିଥିଲେ, ସେ ଯେଉଁମାନଙ୍କ ସାଙ୍ଗରେ ମିଶିଛନ୍ତି ସେମାନେ ବ୍ଲକ ପ୍ରଶାସନ ନିକଟରେ ନାମ ପଞ୍ଜିକରଣ କରି ଟେଷ୍ଟ କରାଇନେବାକୁ ନିବେଦନ କରିଥିବା ଜଣେ ବିଜେପି କର୍ମୀ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking