31.1 C
Bhubaneswar
Tuesday, April 23, 2024
Homeଓଡିଶାକରୋନା ମହାମାରୀ ଗ୍ରାମ୍ୟା ଅଞ୍ଚଳରେ ପ୍ରବେଶ କରିଲାଣି

କରୋନା ମହାମାରୀ ଗ୍ରାମ୍ୟା ଅଞ୍ଚଳରେ ପ୍ରବେଶ କରିଲାଣି

ଯାଜପୁର : ଯାଜପୁର ଜିଲ୍ଲାର 10ଟି ବ୍ଲକ ଓ 2ଟି ସହରାଂଚଳ ରେ କରୋନା ମହାମାରୀ ସଂକ୍ରମିତ ହେବାରେ ଦେଖା ଯାଉଛି ବର୍ତ୍ତମାନ ଗ୍ରାମ ଅଞ୍ଚଳ ରେ ଥଣ୍ଡା ଜ୍ୱର ଦେଖାଯାଉଛି l କରୋନାକୁ ଭୟ କରି ଥଣ୍ଡା ଜ୍ୱରରେ ଆକ୍ରାନ୍ତ ରୋଗୀମାନେ ଡାକ୍ତର ଖାନାକୁ ପ୍ରଥମେ ନଯାଇ ମେଡ଼ିସିନ ଦୋକାନରୁ ଥଣ୍ଡା ଜ୍ୱର ଔଷଧ ଆଣି ସେବନ କରୁଛନ୍ତି ଜ୍ୱର ଭଲ ନ ହେଲେ ଡାକ୍ତର ଖାନାକୁ ଯାଉଛନ୍ତି ସେଠାରେ ପରୀକ୍ଷା କରାଗଲେ ସ୍ମାଇଲ କରୋନା ପୋଜେଟୀଭି ବାହାରୁଚି ସେମାନଂକୁ ଔଷଧ ପତ୍ର ଦିଆ ଯାଇ ହୋମେକ୍ୱାରେଣ୍ଟ ରହିବାକୁ କୁହା ଯାଉଛି l ସେମାନ କରୋନା ପୋଜେଟୀଭି କଥା ଲୁଚାଇ ଅବାଧ ରେ ମିଳାମିଶା କରିବା ଦ୍ୱାର ଅନ୍ୟ ମାନେ ସଂକ୍ରମିତ ହେଉଛନ୍ତି ଯାଜପୁର ରୋଡ ସହର ରେ ପରିବା ମାର୍କେଟ ଓ ହାଟ ଗୁଡିକ ରେ ସାମାଜିକ ଦୂରତା କୁ ଗୁରୁତ୍ୱ ଦିଆ ଯାଉନାହିଁ ଜିଲ୍ଲା ରେ ପଜିଟିଭ୍‌ ସଂଖ୍ୟା 300ରୁ ଉର୍ଦ୍ଧ ରହୁଛି ଆଜି ଜିଲ୍ଲାରେ ପଜିଟିଭ୍‌ଙ୍କ ସଂଖ୍ୟା 302ରହିଛି ଟୀକା ପାଇଁ ରେଜିଷ୍ଟ୍ରୀ ଭୁକ୍ତ ହୋଇ ଥିବା ଲୋକମାନେ ଟୀକା କେନ୍ଦ୍ରକୁ ଯାଇ ଫେରୁଛନ୍ତି ଅନ୍ୟପକ୍ଷରେ 2ୟ ଡୋଜଙ୍କ ଟୀକା ନେବା ସମୟ ଅତ୍ରିକ୍ରମ କରି ଯାଇଥିଲେ ମଧ୍ୟ ଟୀକା ନଥିବାରୁ ସେମାନ ବଂଚିତ ହେଉଛନ୍ତି l

ଲକ ଡାଉନ ଓ ସଟଡାଉନ କୁ ପୋଲିସ ପ୍ରଶାସନ ପକ୍ଷରୁ କଡାକଡି ଭାବେ ପାଳନ କରାଯାଇଛି l ଗ୍ରାମ ଅଞ୍ଚଳ ରେ ଭୋଜି ଭାତ ଅନ୍ୟl ନ୍ୟ କାର୍ଯ୍ୟ କ୍ରମ ରେ କୋବିଦ ନିୟମ କୁ ଉଲଂଘନ କରାଯାଉଛି l 70ଭାଗ ଲୋକ ସଚେତନତା ହୋଇ କୋବିଦ ନିୟମ କୁ ପାଳନ କରୁ ଥିବାରୁ କେତେକ ଅମାନିଆ ଯୁବ ଗୋଷ୍ଟି ଯୋଗୁ ଜିଲ୍ଲା ରେ ସଂକ୍ରମିତ ସଂଖ୍ୟା ତିନି ଅଙ୍କ ରେ ରହୁଛି lବିଶେଷ କରି ପରିବାର ମାଛ ଓ ମାଂସ ଦୋକାନ ଗୁଡିକ ରେ ଭିଡ଼ ଜମୁଛି ସାମାଜିକ ଦୂରତା କୁ ଗୁରୁତ୍ୱ ଦିଆ ଯାଉନାହିଁ ଯାଜପୁର ରୋଡ ସହର କାଳିଆପାଣି ବରୀ ଓ ବିଂଝାରପୁର ପୁର ଅଞ୍ଚଳ ରେ ପୋଜେଟୀଭି ସଂଖ୍ୟା ବୃଦ୍ଧି ପାଉ ଥିବା ରୁ ଗୋଷ୍ଟି ସଂକ୍ରମଣ ହୋଇ ଥିବା ର ସନ୍ଦେହ କରାଯାଇଛି l ଜିଲ୍ଲା ର ଅଧିକାଂଶ ଲୋକ ଥଣ୍ଡା ଜ୍ୱର ରେ ଆକ୍ରାନ୍ତ ଥିବା ର ଦେଖା ଯାଉଛି l ପନିପରିବା ଫଳ ଆଳୁ ପିଆଜ ଆକାଶ ଛୁଆଁ ମୂଲ୍ୟ ବୁଦ୍ଧି ପାଉଛିl ଶ୍ରମ ଜୀବି ମାନେ କାର୍ଯ୍ୟ ପାଉ ନାହାନ୍ତି କରୋନା ଜିଲ୍ଲା ବାସୀଙ୍କ ସୁଖ ଶାନ୍ତି ଦୁରେଇ ଦେଇଛି ଟୀକା ନେବା ପାଇଁ ଚାତକ ପରି ଚାହିଁ ବସିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking