32.1 C
Bhubaneswar
Thursday, March 28, 2024
Homeଓଡିଶାକଳାହାଣ୍ଡି ପୋଲିସ ହସ୍ତକ୍ଷେପ ପରେ ଦାଦନ ଯିବାରୁ ନିବୃତ ହେଲେ ଶ୍ରମିକ

କଳାହାଣ୍ଡି ପୋଲିସ ହସ୍ତକ୍ଷେପ ପରେ ଦାଦନ ଯିବାରୁ ନିବୃତ ହେଲେ ଶ୍ରମିକ

କଳାହାଣ୍ଡି : ଦାଦନ ଦଲାଲ କବଳରୁ ଉଦ୍ଧାର ପାଇଛନ୍ତି ଜୟପାଟଣା ଅଂଚଳର ୭୫ ଜଣ ଶ୍ରମିକ । ଗୋଟିଏ ବସ ଧରି ଦଲାଲ ପହଂଚିସାରିଥିଲା ଜୟପାଟନା ତାନା ଅଂଚଳ ସାନ କର୍ଲାକୋଟ ଗ୍ରାମକୁ । ସେଠାରୁ ତାମିଲନାଡୁ ରାଜ୍ୟର ତ୍ରୀପୁର ଅଂଚଳକୁ ଦାଦନ ପାଇଁ ଯାଇଥାନ୍ତେ ଶ୍ରମିକ । ଠିକ ସମୟରେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଜୟପାଟଣା ପୋଲିସ ପହଂଚି ଯିବାପରେ ଦାଦନ ଯିବାକୁ ଥିବା ଶ୍ରମିକ ମାନେ ରକ୍ଷା ପାଇଥିବା ଜଣାପଡିଛି । ବସ ନଂ. ଟିଏନ ୩୩ କେ ୮୪୮୮ ନମ୍ବର ବସ ନେଇ ଦୁଇଜଣ ଲୋକ ସାନ କର୍ଲାକୋଟ ଗ୍ରାମକୁ ଆସୁ ପୂର୍ବରୁ ଯାଇଥରବା ଶ୍ରମିକ ମାନଙ୍କୁ ପୁନର୍ବାର ସେଠାକୁ ନେବା ପାଇଁ ଏକପ୍ରକାର ବାଧ୍ୟ କରୁଥିଲେ । ସେହି ଶ୍ରମିକମାନେ ପୂର୍ବରୁ ସେଠାରେ କାମ କରୁଥିବା ବେଳେ କୋଭିଡ କଟକଣା ପାଇଁ ଫେରିଆସିଥିବା ବେଳେ ପୁନଃ ନେବାକୁ ବସ ଆସିଥିବା ଜଣାପଡିଥିଲା ।

କଳାହାଣ୍ଡିରେ ଏମଜି ଏନଆରଜିଏସ ଯୋଜନାରେ କେବଳ ମାଟିକାମ ଥିବା ହେତୁ ତାହା କଷ୍ଟସାଧ୍ୟ ହେଉଥିବା କାରଣରୁ ଶ୍ରମିକମାନେ ବିଭିନ୍ନ କଳକାରଖାନାରେ କାମ କରି ଅଧରକ ରୋଜଗାର କରିବା ଉଦ୍ଦେଶ୍ୟରେ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକ ମାନଙ୍କ ସୂତ୍ରରୁ ପ୍ରକାଶ । ବର୍ତମାନର କୋଭିଡ କଟକଣା ଯୋଗୁଁ ବାହାରକୁ ଯିବାକୁ ବାରଣ ହୋଇଥରବା ଯୋଗୁଁ ପୋଲିସ ସେମାନଙ୍କୁ ଅଟକାଇଥିବା ଜଣାପଡିଛି । ଏସଂପର୍କରେ ଜୟପାଟଣା ପୋଲିସ ତଦନ୍ତ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking