33.1 C
Bhubaneswar
Friday, April 26, 2024
Homeଓଡିଶାକୋରେଇ କଂଗ୍ରେସ ତରଫରୁ ଥାନା ଘେରାଉ ପାଇଁ ଚେତାବନୀ

କୋରେଇ କଂଗ୍ରେସ ତରଫରୁ ଥାନା ଘେରାଉ ପାଇଁ ଚେତାବନୀ

ଯାଜପୁର : କୋରେଇ ବ୍ଲକ କଂଗ୍ରେସ ଓ ଯୁବ କଂଗ୍ରେସର ଏକ ପ୍ରତିନିଧିଦଳ ଅମୃତିଆ  ଗ୍ରାମରେ ଘଟିଥିବା ବିବାଦ ସମାଧାନ ନିମନ୍ତେ ସମୀକ୍ଷା କରିବା ସହ ପାଣିକୋଇଲି ଥାନାଧିକାରୀ ସସ୍ମିତା ସାହୁଙ୍କୁ ଭେଟି ଉଦବେଗ ପ୍ରକାଶ କରିଥିଲେ । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଫଳରେ କୋରେଇ ଠାରେ ଅବସ୍ଥାପିତ ଅମୃତିଆ ଗ୍ରାମପଂଚାୟତରେ ପ୍ରକୃତ ଦୋଷୀ ଖସି ପଳାଉଥିବା ବେଳେ ସାଧାରଣ ଲୋକ ଭୟରେ ଗ୍ରାମଛାଡି ବାହାରେ  ଯାଯାବର ଭଳି ଲୁଚି ଛପି ରହୁଛନ୍ତି । ଆଜି ସ୍ୱାଧୀନତା ଦିବସରେ ମଧ୍ୟ ଗ୍ରାମବାସୀମାନେ ପରାଧୀନ ବୋଲି ନିଜ ନିଜ କୁ ମଣୁଛନ୍ତି ।  ତେଣୁ ଏହାର ତୁରନ୍ତ ସମାଧାନ ନିମନ୍ତେ କଂଗ୍ରେସ ପକ୍ଷରୁ ଦାବି ଜଣାଇଛନ୍ତି ।
ନଚେତ ଯେପରି ଭାବେ ଅମୃତିଆ ଗ୍ରାମ ପୁରୁଷ ଶୂନ୍ୟ ହୋଇପଡିଛି ଏଥିପାଇଁ ପୋଲିସକୁ ଦାୟୀ କରାଯାଇଥିଲା । ଏହାର ପ୍ରତି ଉତ୍ତରରେ ଥାନାଧିକାରୀ ଏକ ଶାନ୍ତି କମିଟିର ପ୍ରସ୍ତାବ କଂଗ୍ରେସ ସହିତ ରଖି ଏହାକୁ ଖୁବ ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲା । ଏଥି ସହ ଏହାର ସମାଧାନ ଖୁବଶୀଘ୍ର ନ କରାଗଲେ କୋରେଇ କଂଗ୍ରେସ, ଯୁବ ଓ ମହିଳା କଂଗ୍ରେସ ମିଳିତ ହୋଇ ଥାନା ସମୁଖରେ ଧାରଣ ଦେବା ସହ ରାଜ ରାସ୍ତାରେ ଆନ୍ଦୋଳନ କରିବା ପାଇଁ ଯୁବ କଂଗ୍ରେସ ତରଫରୁ ଚେତାବନୀ ଦିଆଯାଇଥିଲା । ଏହି ବୈଠକରେ କୋରେଇ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ, କୋରେଇ ବ୍ଲକ ସଭାପତି ମଧୁସୂଦନ ସାହୁ, ଶରତ ପଣ୍ଡା, ନରହରି କୁଆଁର, ନିରଞ୍ଜନ ନାୟକ, ବିଜୟ ବୋଇତେଇ, ଆମର ବିଶ୍ୱାଳ, ବିଜୟ ବାରିକ, ପୃଥ୍ୱୀରାଜ ପହି, ରବୀନ୍ଦ୍ର ମହାରଣା ଆଦି ଉପସ୍ଥିତ ଥିଲେ ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking