29.4 C
Bhubaneswar
Saturday, May 4, 2024
Homeଓଡିଶାଅଶୋକ ଝର ପର୍ଯ୍ୟଟନ ସ୍ଥଳୀକୁ ରାସ୍ତା ନିର୍ମାଣ

ଅଶୋକ ଝର ପର୍ଯ୍ୟଟନ ସ୍ଥଳୀକୁ ରାସ୍ତା ନିର୍ମାଣ

ଯାଜପୁର :  ମୌଳିକ ଆବଶ୍ୟକତା ସହ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଲାଗି ପ୍ରାୟ 9 କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ଅଶୋକଝର ଠାରୁ ତଳନଗଡ଼ାକୁ ସଂଯୋଗ କରୁଥିବା ଏହି ରାସ୍ତାର ନିର୍ମାଣ ପାଇଁ ଡ଼ିଏମ ପାଣ୍ଟି(DMF )ପାଣ୍ଠିରୁ 9.65କୋଟି ଟଙ୍କା ବ୍ୟୟ କରାଯିବ। ଦେଓଗାଁର ମା ଖଣ୍ଡୁରାଇ ମନ୍ଦିର ନିକଟରୁ ଏହି ଶୁଭକାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ । ଫଳରେ ସୁକିନ୍ଦା ବ୍ଲକର ଚିଙ୍ଗୁଡିପାଳ ସମେତ ଖଣି ଅଞ୍ଚଳବାସୀ ଉପକୃତ ହେବେ। ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଅଶୋକଝରକୁ ପର୍ଯ୍ୟଟକଙ୍କ ଆସିବା ସଂଖ୍ୟା ବୃଦ୍ଧି ଘଟିବ ଅଶୋକ ଝର ପର୍ଯ୍ୟଟନ କ୍ଷେତ୍ର ଅବହେଳିତ ସମ୍ପର୍କରେ ଏକ ଷ୍ଟୋରୀ ଓଏନ ରେ ପ୍ରସାରଣ କରା ଯାଇ ଥିଲା l

ଏହି ସ୍ଥାନକୁ ଭଲ ରାସ୍ତା ଓ ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ନଥିବାରୁ ପର୍ଯ୍ୟଟକମାନେ ଆସିବାକୁ କୁଣ୍ଠାବୋଧ କରୁଥିଲେ l ଏହି ପର୍ଯ୍ୟଟନସ୍ଥଳୀ ନିକଟରେ ବହୁ ଚର୍ଚିତ ଅବହେଳିତ ନଗଡ଼ା ଅବସ୍ତିତ ନଗଡ଼ାର ବିକାଶ ସାଙ୍ଗକୁ ଅଶୋକ ଝର ପର୍ଯ୍ୟଟନ ସ୍ଥଳିର ବିକାଶକୁ ସୁକିନ୍ଦା ବିଧାୟକ ଶ୍ରୀ ଘଡେ଼ଇ ଏବେ ଗୁରୁତ୍ୱ ଦେଉଛନ୍ତି l ରାସ୍ତା ଘାଟର ବିକାଶ ଘଟିଲେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଅଶୋକ ଝର ଦେଶ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବ ପର୍ଯ୍ୟଟନ ବିଭାଗ ଓ ଜନ ପ୍ରତିନିଧି ଗୁରୁତ୍ୱ ସହ ବିଚାର ନକଲେ ବନର ମଲ୍ଲୀ ବନ ଫୁଟି ବନରେ ରହିଯାଏ ତାର ବାସନା ମହକ ଜାଣି ହୁଏ ନାହଁ l ସେହି ପରି ଅଶୋକ ଝର ପ୍ରାକୃତିକ ଭରା ସୌନ୍ଦର୍ଯ୍ୟ ଲୋକ ଲୋଚନକୁ ଆସିବାରେ ପୃଣ୍ଣଛେଦ ପଡ଼ିଯିବ ଏଥିରେ ଥିଲେ ହଲେ ସନ୍ଦେହ ନାହଁ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking