32.1 C
Bhubaneswar
Tuesday, April 23, 2024
Homeଅପରାଧବଧୂ ନିର୍ଯ୍ୟାତନା ଘଟଣାରେ ଶ୍ୱଶୁର, ଶାଶୁ ଓ ସ୍ୱାମୀ ଫେରାର୍‌

ବଧୂ ନିର୍ଯ୍ୟାତନା ଘଟଣାରେ ଶ୍ୱଶୁର, ଶାଶୁ ଓ ସ୍ୱାମୀ ଫେରାର୍‌

ନୀଳଗିରି : ବଧୂ ନିର୍ଯାତନାରେ ଶ୍ୱଶୁର, ଶାଶୁ ଓ ସ୍ୱାମୀଙ୍କ ନାମରେ ନୀଳଗିରି ଥାନାରେ ଅଭିଯୋଗ ହୋଇଛି । ତେବେ ଅଭିଯୋଗ ପରେ ତିନିଜଣ ଫେରାର ହୋଇଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ,  ୨୦୧୯ ମସିହାରେ ଧୋବଶିଳା ଗ୍ରାମର ବିକାଶ କୁମାର ପାତ୍ରଙ୍କ ଭଉଣୀ ଶର୍ମିଷ୍ଠାଙ୍କୁ ବୈଦିକରୀତିରେ ଜଗନ୍ନାଥପୁର, ପୋଡ଼ାଶୁଳ ଗ୍ରାମର ସତ୍ୟାନନ୍ଦ ପାତ୍ରଙ୍କ ପୁଅ ସଚ୍ଚିଦାନନ୍ଦଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଝିଅ ଘର ପକ୍ଷରୁ ଯାନି ଯୌତୁକ ସହ ସମସ୍ତ ଆସବାବପତ୍ର ଦିଆଯାଇଥିଲା । ବିବାହର ୩/୪ ମାସ ଭଲରେ ଅତିବାହିତ କରିଥିବା ବେଳେ ବୋହୂ ପ୍ରତି ସ୍ୱାମୀ, ଶାଶୁ, ଶ୍ୱଶୁର ଆରମ୍ଭ କରିଦେଇଥିଲେ ନିର୍ଯାତନା ।

ଏପରିକି ବୋହୁ ଶର୍ମିଷ୍ଠାକୁ ଅଧିକ ଯୌତୁକ ଦାବିକରି ନାନାଦି ଅତ୍ୟାଚାର କରିଥିଲେ । ଶର୍ମିଷ୍ଠାକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ପିଟାମରା କରୁଥିବାର ଭାଇ ବିକାଶ ପାତ୍ରଙ୍କୁ ଫୋନ୍ କରି ଜଣାଇଥିଲେ । ପରେ ଭାଇ ବିକାଶ ଗତ ୫ ତାରିଖରେ ଭଉଣୀ ଘରକୁ ଯାଇଥିବା ବେଳେ ପାଲଟା ଭିଣୋଇ ସଚ୍ଚିଦାନନ୍ଦ ପାତ୍ର, ଶ୍ୱଶୁର ଓ ଶାଶୁ ମିଶି ବିକାଶକୁ ଗାଳିଗୁଲଜ ଓ ପିଟାମରା କରିଥିଲେ । ଭଉଣୀ ଆଗରେ ଭାଇକୁ ପିଟାମରା କରିବା ଘଟଣାର ପ୍ରତିବାଦ କରିବାରୁ ସ୍ୱାମୀ, ଶାଶୁ, ଶ୍ୱଶୁର ମିଶି ବୋହୂ ଶର୍ମିଷ୍ଠାକୁ ଜୀବନରୁ ମାରିଦେବାର ଧମକ ଦେଇଥିବା ସଂପର୍କରେ ନୀଳଗିରି ଥାନାରେ ଶର୍ମିଷ୍ଠା ଅଭିଯୋଗ କରିଥିଲେ । ନୀଳଗିରି ପୁଲିସ ଜଗନ୍ନାଥପୁର ଗାଁକୁ ଯାଇଥିବା ବେଳେ ୩ଜଣ ଯାକ ଫେରାର ଥିବାର ପୁଲିସ ସୂଚନା ଦେଇଛି । ଏ ନେଇ ନୀଳଗିରି ଥାନାରେ ମାମଲା ରୁଜୁ ହୋଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking