ଯାଜପୁର: ଯାଜପୁର ଜିଲା ଚଣ୍ଡିଖୋଲଠାରେ ଗତ ୨୨ ତାରିଖରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କରାଯାଇଥିବା ଚାଷୀ ସତ୍ୟାଗ୍ରହ ପରେ ଯାଜପୁର ଜିଲାପାଳ ଚକ୍ରବତି ସିଂ ରାଠୋର କୃଷକ ମାନଙ୍କ ସହ ଏକ ବୈଠକ ଡାକିଥିଲେ । ଚାଷୀମାନଙ୍କର ବିଭିନ୍ନ ସମସ୍ୟା ନେଇ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ଙ୍କ ସହ ଆଲୋଚନା କରାଯାଇଛି । ଏହି ଆଲୋଚନାରେ ସଙ୍ଗଠନ ପକ୍ଷରୁ ବିଭିନ୍ନ ଦାବୀ ରଖାଯାଇଛି । ଚଳିତ ବନ୍ୟାରେ ଚାଷ ଜମିରେ ବ୍ୟାପକ କ୍ଷୟକ୍ଷତି ଘଟିଥିବାରୁ ଚାଷୀଙ୍କୁ କ୍ଷତିପୂରଣ ବାବଦରେ ଏକର ପ୍ରତି ୧୫ ହଜାର ଟଙ୍କା ପ୍ରଦାନ କରିବା, ଭାଗଚାଷୀଙ୍କୁ ଏକର ପିଛା ୭ ହଜାର ୫ଶହ ଟଙ୍କା ପ୍ରଦାନ, ବନ୍ୟା ଓ ଲଗାଣ ବର୍ଷା କ୍ଷତି ଅଚଂଳରେ କୃଷିରୂଣ ସଂପୂର୍ଣ୍ଣ ଛାଡ଼ କରିବା ଆଦି ୧୫ଟି ଦାବି ନେଇ ଜିଲାପାଳଙ୍କ ସହ ଆଳୋଚନା କରିଥିଲେ । ଏହି ଆଲୋଚନାରେ ନବନିର୍ମାଣ କୃଷକ ସଂଗନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ସହ ସଂଯୋଜକ ନିମାଇଁ ରାୟ, ଜିଲା ସଂଯୋଜକ ଦୁର୍ଗାପ୍ରସାଦ ଦାସଙ୍କ ସମେତ ସଂଗଠନର ବହୁ କର୍ମକତା ଉପସ୍ଥିତ ଥିଲେ । ସେପଟେ ସମସ୍ୟା ଗୁଡିକର ସମାଧାନ ପାଇଁ ପ୍ରତିଶୃତି ଦେବା ସହ ଆଗାମୀ ଦିନରେ ସମସ୍ୟା ସମାଧାନ ପାଇଁ ରାସ୍ତାଘାଟରେ ବିକ୍ଷୋଭ ନକରି ସିଧାସଳଖ ଜିଲା ପ୍ରଶାସନ ସହ ଆଲୋଚନା କରିବା ପାଇଁ ଜିଲାପାଳ ଚକ୍ରବତି ସିଂ ରାଠୋର ପରାମର୍ଶ ଦେଇଥିଲେ । ପରବର୍ତ୍ତୀ ବୈଠକ ନଭେମ୍ବର ମାସର ପ୍ରଥମ ସପ୍ତାହରେ କରାଯିବ ବୋଲି ଜିଲାପାଳ କହିଥିଲେ ।