ଜେଡିୟୁରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିବେ ପୂର୍ବତନ ଡିଜିପି

ନୂଆଦିଲ୍ଲୀ :ବିହାର ପୋଲିସ ମହା ନିର୍ଦ୍ଦେଶକ ପଦରୁ ହଠାତ୍ ଇସ୍ତଫା ଦେଇଥିବା ଗୁପ୍ତେଶ୍ୱର ପାଣ୍ଡେ ଏବେ ରାଜନୀତିରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରବିବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କୁ ଜନତା ଦଳ ୟୁନାଇଟେଡ-ଜେଡିୟୁ ର ସଦସ୍ୟତା ପ୍ରଦାନ କରିଛନ୍ତି। ସେପ୍ଟମ୍ବର ୨୨,୨୦୨୦ ଡିଜିପି ପଦରୁ ଇସ୍ତଫା ଦେଇଥିବା ବେଳେ ଗୁପ୍ତଶ୍ୱର ପାଣ୍ଡେ ସ୍ୱେଚ୍ଛାକୃତ ଅବସର-ଭିଆରଏସ ନେଇଥିଲେ । ସେ ତାଙ୍କ ଗୃହ ଜିଲ୍ଲା ବକ୍ସରରୁ ନିର୍ବାଚନ ଲଢିପାରନ୍ତି । ସେ ରାଜନୀତିରେ ଅଂଶଗ୍ରହଣ କରିବା ନେଇ ଅନେକ ଦିନ ହେବ ଚର୍ଚ୍ଚା ଲାଗିରହିଥିଲା । ବିଧାନସଭା ନିର୍ବାଚନ ଘୋଷଣା ହେବାର କିଛି ଦିନ ପୂର୍ବରୁ ପୋଲିସ ଡିଜି ପରି ଏକ ଖ୍ୟାତିସମ୍ପନ୍ନ ପଦରୁ ଇସ୍ତଫା ଦେବା ଏକ ସାଧାରଣ ଘଟଣା ନୁହେଁ । ଏ ପ୍ରସଙ୍ଗରେ ବିରୋଧି ମଧ୍ୟ ପ୍ରଶ୍ନ ଉଠାଇ କହିଛନ୍ତି ବିହାର ପୋଲିସ ସୁଶାନ୍ତ ସିଂ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ପୋଲିସ ଯେଉଁ ତତ୍ପରତା ଦେଖାଇଥିଲା ତାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ।

LEAVE A REPLY

Please enter your comment!
Please enter your name here