38.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗବିହାର ନିର୍ବାଚନ ପୂର୍ବରୁ ବିରୋଧୀ ଦଳର ନେତାମାନଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର

ବିହାର ନିର୍ବାଚନ ପୂର୍ବରୁ ବିରୋଧୀ ଦଳର ନେତାମାନଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ : ବିହାର ନିର୍ବାଚନ ପୂର୍ବରୁ ନିର୍ବାଚନ ରଣନୀତିକାର ଏବେ ନୂଆ ରଣନୀତିରେ ଲାଗିପଡ଼ିଛନ୍ତି । ବିହାରରେ ନୀତିଶ କୁମାରଙ୍କୁ ପରାଜିତ କରିବା ପାଇଁ ଜେଡି(ୟୁ)ରୁ ବହିଷ୍କୃତ ହୋଇଥିବା ପ୍ରଶାନ୍ତ କିଶୋର ବିହାରର ବିରୋଧୀ ଦଳର ନେତାମାନଙ୍କୁ ଭେଟିଥିବା ଜଣାଯାଇଛି।
ପ୍ରଶାନ୍ତ ହିନ୍ଦୁସ୍ଥାନ ଆବାମ ମୋର୍ଚ୍ଚାର ଅଧ୍ୟକ୍ଷ ଜୀତନରାମ ମାଞ୍ଝି ଏବଂ ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ମୁଖ୍ୟ ଉପେନ୍ଦ୍ର କୁଶବାହଙ୍କୁ ଭେଟି ଆଗାମୀ ନିର୍ବାଚନ ନେଇ ରଣନୀତି ବିଷୟରେ ଆଲୋଚନା କରିଛନ୍ତି । ଏହି ନେତାମାନଙ୍କ ସହ ତାଙ୍କର କି ଆଲୋଚନା ହୋଇଛି ତାହା ଜଣାପଡ଼ି ନ ଥିଲେ ବି କୌଣସି ନୂଆ ରାଜନୈତିକ ସମୀକରଣର ଆଭାସ ମିଳିଛି। ଏହି ସାକ୍ଷାତକୁ ଉପେନ୍ଦ୍ର କୁଶବାହ ସ୍ବୀକାର କରିବା ସହ କହିଛନ୍ତି, ‘ବିହାରରେ ଜେଡିୟୁ-ବିଜେପି ମେଣ୍ଟ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ନିଯୁକ୍ତି ଆଦି କ୍ଷେତ୍ରରେ ବିଫଳ ହୋଇଥିବା ଲାେକଙ୍କୁ ଜଣାଇବା ଉପରେ ଆଲୋଚନା ହୋଇଛି । ଉଭୟ ନେତା ଚିନ୍ତା ପ୍ରକଟ କରି ଏ ବିଷୟରେ ଆଲୋଚନା କରି ନିର୍ବାଚନ ପୂର୍ବରୁ କିପରି ସରକାରଙ୍କୁ ଘେରି ହେବ ସେ ବିଷୟରେ ଆଲୋଚନା କରିଛନ୍ତି ।
ସେପଟେ ଜନ ଅଧିକାର ପାର୍ଟିର ମୁଖ୍ୟ ରାଜେଶ ରଞ୍ଜନ ଓରଫ ପପୁ ଯାଦବ ପ୍ରଶାନ୍ତ କିଶୋର, ଜୀତନରାମ ମାଞ୍ଝି ଓ ଉପେନ୍ଦ୍ର କୁଶବାହଙ୍କୁ ନେଇ ନୂତନ ମେଣ୍ଟ ଲାଗି ଆଗ୍ରହୀ ବୋଲି କହିଛନ୍ତି।
କିଛି ଦିନ ତଳେ ଉପେନ୍ଦ୍ର କୁଶବାହ ପୂର୍ବତନ ଜେଡିୟୁ ନେତା ଶରଦ ଯାଦବଙ୍କୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ପାଇଁ ଓକିଲାତି କରିଥିଲେ । କୁଶବାହଙ୍କ ଏହି ଯୁକ୍ତିକୁ ସମର୍ଥନ କରିଥିଲେ ମୋର୍ଚ୍ଚାର ଅଧ୍ୟକ୍ଷ ଜୀତନରାମ ମାଞ୍ଝି । ଏଥିନେଇ ପାଟନାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବଙ୍କ ନେତୃତ୍ୱରେ ମହାମେଣ୍ଟର ସହଯୋଗୀ ଦଳମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ଜୀତନରାମ ମାଞ୍ଝି, ଉପେନ୍ଦ୍ର କୁଶବାହ ଓ ମୁକେଶ ସାହନି ପ୍ରମୁଖ ଯୋଗ ଦେଇଥିଲେ। ପ୍ରଶାନ୍ତ କିଶୋର ବି ଶରଦ ଯାଦବଙ୍କୁ ନୂଆ ମେଣ୍ଟର ମୁଖିଆ ହେବା ଲାଗି ପ୍ରସ୍ତାବ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking