32.1 C
Bhubaneswar
Monday, May 20, 2024
Homeଓଡିଶାଯାଜପୁର ସଂସ୍କୃତି ଭବନରେ ମଂଚସ୍ଥ ହେବ ଗାନ୍ଧୀଙ୍କ ଓଡିଶା ଆଗମନ ନାଟକ

ଯାଜପୁର ସଂସ୍କୃତି ଭବନରେ ମଂଚସ୍ଥ ହେବ ଗାନ୍ଧୀଙ୍କ ଓଡିଶା ଆଗମନ ନାଟକ

ଯାଜପୁର(,ଓଏନଏ) : ଚଳିତ ବର୍ଷ ମାର୍ଚ୍ଚ ୨୩ ତାରିଖକୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଓଡିଶା ଆଗମନର ଶତବାର୍ଷିକୀ ଭାବେ ପାଳନ କରାଯିବ । ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ମହାତ୍ମା ଗାନ୍ଧୀ ପ୍ରଥମ ଥର ପାଇଁ ଓଡିଶାରେ ପଦାର୍ପଣ କରିଥିଲେ । ସ୍ୱାଧୀନତା ସଂଗ୍ରାମକୁ ଅଧିକ ଋଦ୍ଧିମନ୍ତ କରିବା ସହ ଏହି ସମୟରେ ସ୍ୱାଧୀନତା ସଂଗ୍ରାମକୁ କ୍ରୀୟାଶୀଳ କରିବା ପାଇଁ ପାଣ୍ଠି ସଂଗ୍ରହ ମଧ୍ୟ ଗାନ୍ଧିଜୀଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ କରାଯାଇଥିଲା । ସେହି ସ୍ମରଣୀୟ ଦିବସର ସ୍ମୃତି ଚାରଣ ସହ ଆଗାମୀ ପିଢୀକୁ ସ୍ୱାଧୀନତା ସଂଗ୍ରାମର ମହନୀୟତା ସଂପର୍କରେ ଅବଗତ କରାଇବାକୁ ସରକାର ପଦକ୍ଷେପ ନେଇଚ୍ଥନ୍ତି । ମାର୍ଚ୍ଚ ୨୩ ତା
ରିଖ ସଂଧ୍ୟା ୬ ଘଟିକା ୩୦ ମିନିଟ୍ ସମୟରେ ନାଟ୍ୟକାର ଶଙ୍କର ତ୍ରୀପାଠୀଙ୍କ ରଚିତ ଓ ନରୋତମ ପରିଡାଙ୍କ ନିର୍ଦ୍ଦେଶନାରେ ଗାନ୍ଧୀଙ୍କ ଓଡିଶା ନାମରେ ଏକ ନାଟକ ସ୍ଥାନୀୟ ଗୈାତମ ବୁଦ୍ଧ ସଂସ୍କୃତି ଭବନଠାରେ ମଂଚସ୍ଥ ହେବ । ଶଙ୍କର ତ୍ରୀପାଠୀଙ୍କ ଦ୍ୱାରା ରଚିତ ଏହି ନାଟକ ରାଜ୍ୟର ସମସ୍ତ ଜିଲ୍ଲାରେ ଆସନ୍ତା କାଲି (ମାର୍ଚ୍ଚ ୨୩ ତାରିଖ) ମଂଚସ୍ଥ ହେବ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ, ଓଡିଶା ସଂଗୀତ ନାଟକ ଏକାଡେମୀ ଏବଂ ପୂଣ୍ୟ ଉତ୍କଳ ଅନୁଷ୍ଠାନର ମିଳିତ ସହଯୋଗରେ ଯାଜପୁରରେ ଏହା ଆୟୋଜିତ ହେବ । ସେହିପରି ସ୍ୱାଧୀନତା ସଂଗ୍ରାମର ସଂଗ୍ରାମୀମାନଙ୍କୁ ପୂଜ୍ୟ ପୂଜାର ସମ୍ମାନ ସ୍ୱରୂପ ଜିଲ୍ଲାର ଦୁଇ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବରୀ କାଇପଡାର ଦଧୀଚି ସାହୁ ଓ ବଡଚଣା ବାଲିପଡିଆର ନୀଳମଣି ସାମଲଙ୍କୁ ସେମାନଙ୍କ ନିଜସ୍ୱ ଗୃହରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାନପତ୍ର, ଉପଢୈାକନ ପ୍ରଦାନ କରି ସମ୍ୱର୍ଦ୍ଧନାର ବ୍ୟବସ୍ଥା କରାଯାଇଚ୍ଥି । ଚଳିତ ବର୍ଷ ଏକାଧିକ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଦିବସକୁ ସ୍ମରଣୀୟ ଭାବେ ପାଳନ କରାଯିବ ବୋଲି ଜିଲ୍ଲାପାଳ ଚକ୍ରୱର୍ତି ସିଂହ ରାଠୋର ସୂଚନା ଦେଇଚ୍ଥନ୍ତି । ଏଥିପାଇଁ ଜିଲ୍ଲା ସଂସ୍କୃତି ପରିଷଦରେ ଆଲୋଚନା କରାଯାଇ କାର୍ଯ୍ୟସୂଚୀ ଚୁଡାନ୍ତ ହୋଇଚ୍ଥି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking