34.1 C
Bhubaneswar
Thursday, May 9, 2024
Homeଓଡିଶାଯାଜପୁର ର ପବିତ୍ର ବାରୁଣୀ ଘାଟକୁ ସଫା କଲେ ଅନ୍ୱେଷଣ ଗ୍ରୁପ ଓ ଏହାର ସହଯୋଗୀ...

ଯାଜପୁର ର ପବିତ୍ର ବାରୁଣୀ ଘାଟକୁ ସଫା କଲେ ଅନ୍ୱେଷଣ ଗ୍ରୁପ ଓ ଏହାର ସହଯୋଗୀ ମାନେ

ଯାଜପୁର (ଓଏନଏ): ଯାଜପୁର ଜିଲାର ଅଗ୍ରଣୀ ଥିଏଟର ଗ୍ରୁପ ଅନ୍ୱେଷଣ ର ପ୍ରୟାସ ରେ ଆଜି ଯାଜପୁର ର ପବିତ୍ର ବାରୁଣୀ ଦଶ୍ବାଶମେଧ ଘାଟ ପରିସର କୁ ସଫା କରାଯାଇଛି ।
ଏହି ପରିପ୍ରେକ୍ଷୀରେ ଜିଲା ର ଅନ୍ୟତମ ସାମାଜିକ ଅନୁଷ୍ଠାନ ହେଲପିଙ୍ଗ ହ୍ୟାଣ୍ଡ ୟୁଥ ମିଶନ କୁଆଖିଆ , ନୂଆଆଲୋକ , ହେଲପିଙ୍ଗ ହ୍ୟାଣ୍ଡ ମୁଗୁପାଳ ,କଳିଙ୍ଗ ଯୁବ ସଙ୍ଘ ର ସକ୍ରିୟ ସଦସ୍ୟ ମାନେ ଉପସ୍ଥିତ ରହି ସଫେଇ କାର୍ଯ୍ୟକୁ ସହଯୋଗ କରିଥିଲେ ।
ସୂଚନା ଅନୁଯାଇ ଆଜି ପ୍ରାତଃ ରୁ ଅନ୍ୱେଷଣର ସଭାପତି ଶ୍ରୀ ବୃନ୍ଦାବନ ମିଶ୍ର ,ସମ୍ପାଦକ ଅଭିମନ୍ୟୁ ମିଶ୍ର , ଉପଦେଷ୍ଟା ମଣ୍ଡଳୀ ରୁ ପଣ୍ଡିତ ଶ୍ରୀଯୁକ୍ତ ଭୂପତି ଭୂଷଣ ମିଶ୍ର ,ସାମ୍ବାଦିକ ହରିହର ସ୍ବାଇଁ , ତପନ ମହାରଣ୍ୟଶର୍ମା ,ମିଡ଼ିଆ ସେଲ ଅଧ୍ୟକ୍ଷ ସୁରେଶ କର ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ଏହି ସମୟରେ ଅନୁଷ୍ଠାନ ର ନିର୍ଦେଶକ ଅନୀଲ କୁମାର ଜେନା , ଉପେନ୍ଦ୍ର ଜେନା ,ଭରତ ବେହେରା, ପ୍ରଭାତ ଦାଶ, ଇଛାମୟୀ ଧଳ ,ସ୍ୱାତି ପଣ୍ଡା , ଚିନ୍ମୟୀ ଦାସ , ବିରଞ୍ଚି ବାସୁଦେବ ନନ୍ଦ, ,ମୁକୁନ୍ଦ ନାୟକ , ସୁବାଷ ଚନ୍ଦ୍ର ଦେବତା, ଧନଞ୍ଜୟ ପୃଷ୍ଟି, ରତିକାନ୍ତ ସାହୁ, ସମରଜିତ୍ ମହାନ୍ତି, ଚିତରଞ୍ଜନ ନାଥ,ପଞ୍ଚାନନ ପାଣି, ଅମର ରଞନ ପୃଷ୍ଟି, ଧନଞ୍ଜୟ ନାୟକ, ସୌମ୍ୟଶ୍ରୀ ମହାରନ୍ୟ ,ଡାକ୍ତର କାହ୍ନୁଚରଣ ବେହେରା ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ସଫେଇ କାର୍ଯ୍ୟକୁ ସହଯୋଗ କରିଥିଲେ।
ଅନୁଷ୍ଠାନ ର ଏତାଦୃଶ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ସମସ୍ତ ସଦସ୍ୟ ଓ ସହଯୋଗୀଙ୍କୁ ସାଧୁବାଦ ପ୍ରଦାନ କରାଯାଇଥିବା ଜଣାପଡିଛି ।
ଆଜିର କାର୍ଯ୍ୟକୁ ସଫଳ କରାଇଥିବାରୁ ଅନ୍ୱେଷଣର ସମସ୍ତ ସଦସ୍ୟ ସଦସ୍ୟା , ହେଲପିଙ୍ଗ ହ୍ୟାଣ୍ଡ ୟୁଥ ମିଶନ, କଳିଙ୍ଗ ଯୁବ ସଙ୍ଘ , ହେଲପିଙ୍ଗ ହ୍ୟାଣ୍ଡ ମୁଗୁପାଳ ,ନୂଆଆଲୋକ ର ସମସ୍ତ ସଦସ୍ୟ ମାନଙ୍କୁ ଆନ୍ତରିକତା ଧନ୍ୟବାଦ ପ୍ରଦାନ କରିଛନ୍ତି ଅନୁଷ୍ଠାନର ସଭାପତି ଓ ସମ୍ପାଦକ ଶ୍ରୀ ଅଭିମନ୍ୟୁ ମିଶ୍ର ଓ ବୃନ୍ଦାବନ ମିଶ୍ର । ଆଗାମୀ ଦିନରେ ଅନ୍ୱେଷଣ ଏଭଳି କାର୍ଯ୍ୟକ୍ରମ ଜାରି ରଖିବ ବୋଲି ମିଡ଼ିଆ ସେଲ ଅଧ୍ୟକ୍ଷ ଶ୍ରୀ ସୁରେଶ କର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking