33.1 C
Bhubaneswar
Monday, May 20, 2024
Homeକରୋନାମଧ୍ୟପ୍ରଦେଶରେ କାଲି ସନ୍ଧ୍ୟା ୬ରୁ ସୋମବାର ସକାଳ ୬ ପର୍ଯ୍ୟନ୍ତ ଲକଡାଉନ

ମଧ୍ୟପ୍ରଦେଶରେ କାଲି ସନ୍ଧ୍ୟା ୬ରୁ ସୋମବାର ସକାଳ ୬ ପର୍ଯ୍ୟନ୍ତ ଲକଡାଉନ

ନୂଆଦିଲ୍ଲୀ: ଦେଶରେ କରୋନା ର ମହାସଂକଟ ବ୍ୟାପିଚାଲିଛି । ଗୁରୁବାର ବାରତରେ ୧.୨୬ ଲକ୍ଷରୁ ଅଧିକ ନୂଆ କରୋନା ଜନିତ ମାମଲା ସାମ୍ନାକୁ ଆସିଛି । ଫଳରେ ସବୁଠି ଏବେ ଚିନ୍ତା ବଢିଯାଇଛି । ସଂକ୍ରମଣ ବୃଦ୍ଧି ମଧ୍ୟରେ ଗୁରୁବାର ମଧ୍ୟପ୍ରଦେଶର ସମସ୍ତ ସହରରେ ଲକଡାଉନ ଘୋଷଣା ହୋଇଛି । ନୂଆ ଘୋଷଣା ଅନୁସାରେ, ରାଜ୍ୟର ସହରାଂଚଳରେ ଶନିବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଲକଡାଉନ ରହିବ । ମଧ୍ୟପ୍ରଦେଶରେ 72 ଘଣ୍ଟିଆ ଲକଡାଉନ ସେତେବେଳେ ହୋଇଛି, ଯେତେବେଳେ ପ୍ରଦେଶରେ ନୂଆ କରୋନା ସଂକ୍ରମଣଜନିତ ମାମଲା ସାମ୍ନାକୁ ଆସୁଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଯେଉଁଠି କରୋନା ସଂକ୍ରମଣ ବଢୁଛି, ସେଠି କଠୋର ପଦକ୍ଷେପ ଗ୍ରହଣ କରାଯିବ । ବଡ ସହରରେ କଣ୍ଟେନମେଣ୍ଟ ଜୋନ କରାଯିବ । ଶିବରାଜ ସିଂ କହିଛନ୍ତି ଯେ ରାଜ୍ୟର ଡାକ୍ତରଖାନା ଏବଂ କୋଭିଡ କେନ୍ଦ୍ରରେ କୋଭିଡ -19 ରୋଗୀଙ୍କ ପାଇଁ ଏକ ଲକ୍ଷ ଶଯ୍ୟା ଯୋଗାଇବା ପାଇଁ ଉଦ୍ୟମ ଚାଲିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking