ଜଗତସିଂହପୁର:, ଧୂଳିମାଟିର ସନ୍ଥ ତଥା ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ୬୩ ତମ ଶ୍ରାଦ୍ଧ ବାର୍ଷିକୀ ତାଙ୍କ ଜନ୍ମ ମାଟି ଖେରସ ଗ୍ରାମରେ କଂଗ୍ରେସ ଦଳ ପକ୍ଷରୁ ଶିକ୍ଷାବିତ ନିକୁଞ୍ଜ କିଶୋର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜଗତସିଂହପୁର ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ ଯୋଗଦେଇ ଲବଣ ସତ୍ୟାଗ୍ରହ, ଭାରତ ଛାଡ ଆନ୍ଦୋଳନ, ଅସ୍ପୃଶ୍ୟତା ନିବାରଣ, ଜଗତସିଂହପୁର ମାଟିରେ ଅଳକାଶ୍ରମ ସ୍ଥାପନ, ବରୀ ଠାରେ ଆଶ୍ରମ ପ୍ରତିଷ୍ଠା କରି ନବ ଯୁବକ ମାନଙ୍କୁ ସ୍ବଧାନତା ସଂଗ୍ରାମରେ ଝାସଦେବା ପାଇଁ ତାଙ୍କର ଆହ୍ବାନ ଆଜି କୋଟି ହୃଦୟରେ ଅମର କରି ରଖିଛି ବୋଲି କହିବା ସହ ଧୂଳିମାଟିର ସନ୍ଥଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଶ୍ରଦ୍ଧାଞ୍ଜଳି ସଭାରେ ଇଂ ମାଧବାନନ୍ଦ ଗୋଛାୟତ ଯୋଗଦେଇ ଶ୍ରୀଯୁକ୍ତ ଚୌଧୁରୀ ସହକାରୀ ଜିଲ୍ଲାପାଳ ଚାକିରୀ ଛାଡି ଦେଶ ମାତୃକାର ସେବା ପାଇଁ ନିଜ ପରିବାର ସହ ସ୍ବାଧୀନତା ଆନ୍ଦୋଳନରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ।
ଅନ୍ୟମାନଙ୍କ ମଧ୍ଯରେ ସମାଜସେବୀ ମାଧବାନନ୍ଦ ବେହେରା, କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଡକ୍ଟର ଜଗଦାନନ୍ଦ ବେହେରା, ଛାତ୍ର ନେତା କୃଷ୍ଣଚନ୍ଦ୍ର ପ୍ରଧାନ, ଯୁବ ନେତା ଲିପୁ ମହାନ୍ତି, ଦେବ ପ୍ରସାଦ ମହାପାତ୍ର, ଆର୍ତ୍ତତ୍ରାଣ ନାୟକ, ଭାବଗ୍ରାହୀ ପୃଷ୍ଟି,,ଅମରଜିତ୍ ନାୟକ, ସଂୟ ପ୍ରକାଶ ସାହୁ,ସୁଶାନ୍ତ କୁମାର ସାହୁ, ସରୋଜ କୁମାର ଦାସ,ସାରଦା ପ୍ରସାଦ ସାହୁ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲି।
ସର୍ବଶେଷରେ ଯୁବ ସଂଗଠନ ପ୍ରବୀର କୁମାର ପରିଜା ଧନ୍ୟବାଦ ଅର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।