28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶସ୍ୱର ସମର୍ପଣ ଦ୍ୱାରା ଆନ୍ତର୍ଜାତୀକ ଶ୍ରୀ ଜଗନ୍ନାଥ ଜାଗରଣ ଓ ଯଜ୍ଞ ଆୟୋଜିତ

ସ୍ୱର ସମର୍ପଣ ଦ୍ୱାରା ଆନ୍ତର୍ଜାତୀକ ଶ୍ରୀ ଜଗନ୍ନାଥ ଜାଗରଣ ଓ ଯଜ୍ଞ ଆୟୋଜିତ

  1. ପୁରୀ/ଭୁବନେଶ୍ଵର/ଜମ୍ମୁ/ନୂଆଦିଲ୍ଲୀ .: ନୂଆଦିଲ୍ଲୀର ଅଗ୍ରଣୀ ସାଂସ୍କୃତିକ ସଂଗଠନ “ସ୍ୱର ସମର୍ପଣ” ଦ୍ୱାରା ନିକଟରେ ପୁରୀ ଠାରେ ଆନ୍ତର୍ଜାତୀକ ଶ୍ରୀ ଜଗନ୍ନାଥ ଜାଗରଣ ପରିକ୍ରମା ଏବଂ ବିଶ୍ଵଶାନ୍ତି ମହାଯଜ୍ଞ ମହାସମାରୋହ ଉଦଘାଟିତ ହୋଇଯାଇଛି। କରୋନା ମହାମାରୀ ର ଭୟଙ୍କର ସଙ୍କଟରୁ ସମଗ୍ର ମାନବ ସମାଜକୁ ଉଦ୍ଧାର କରିବା ଏବଂ ପ୍ରତ୍ୟେକ ମଣିଷ କୁ ମାନସିକ ତଥା ଶାରୀରିକ ସୁସ୍ଥତା ,ସବଳତା ଓ ସୁରକ୍ଷା ପ୍ରଦାନ କରିବାର ଅଭିପ୍ରାୟ ନେଇ ମହାପ୍ରଭୁ ଙ୍କୁ ଆବାହନ କରିବା, ଏହି ଧାର୍ମିକ ଆସର ର ମୁଖ୍ୟ ଉଦ୍ଦେଶ୍ୟ ଥିଲା |ପ୍ରତ୍ୟକ୍ଷ ଓ ପରୋକ୍ଷ (ଭର୍ଚ୍ଚୁଆଲ୍) ଭାବରେ ଆୟୋଜିତ ଏହି ପୂଜା ଓ ଯଜ୍ଞ ରେ ଶ୍ରୀ ମନ୍ଦିରର ମୂଖ୍ୟପୂଜକ ମହାନାୟକ ରାମଚନ୍ଦ୍ର ବଡ଼ପଣ୍ଡା ସାମନ୍ତ ପୈ।ରୋହିତ୍ୟ କରିଥିଲେ। ଜଗତର ନାଥ ଜଗନ୍ନାଥଙ୍କର ଅପାର ଓ ଅନନ୍ୟ ମହିମା କୁ ପୃଥିବୀର କୋଣ ଅନୁକୋଣରେ ଶ୍ରୀ ଜଗନ୍ନାଥ ଜାଗରଣ ଜରିଆରେ ପହୁଞ୍ଚାଇବା ପାଇଁ ସଂକଳ୍ପବଦ୍ଧ ଉଦ୍ୟମ କରାଯିବାକୁ ବଡ଼ପଣ୍ଡା ଶ୍ରୀ ସାମନ୍ତ ଏହି ଅବସରରେ ଜଗନ୍ନାଥ ପ୍ରେମୀମାନଙ୍କୁ ଆହ୍ବାନ ଜଣାଇଥିଲେ। ଏହି ଡିଜିଟାଲ ଆଧ୍ୟାତ୍ମିକ ଅଧିବେଶନ ରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଶିଷ୍ଟ ଧର୍ମଗୁରୁ ଗୈାରୀ ଶଙ୍କର ସିଂହାରି ବଡ଼ ଠାକୁରଙ୍କ ର ଅଦ୍ଭୁତ ଲୀଳା ସର୍ବବ୍ୟାପି ଓ ତାଙ୍କର ଅଲୈ।କିକ ସାନିଧ୍ୟ ସର୍ବବିଦ୍ୟମାନ ବୋଲି ସୁଚାଇଥିଲେ। ପ୍ରାରମ୍ଭରେ ପୂଜା ଓ ଯଜ୍ଞ ର ମୁଖ୍ୟ ଆୟୋଜକ ଖ୍ୟାତନାମା ସଂଗୀତଜ୍ଞ ତଥା ସ୍ଵର ସମର୍ପଣ ସଂସ୍ଥା ର ସଂସ୍ଥାପକ ଆଚାର୍ଯ୍ୟ ଅଭିମନ୍ୟୁ , ଏହି ଧର୍ମ ସଂସଦ ଦ୍ବାରା ସାରା ସଂସାରରେ ଥିବା ଜଗନ୍ନାଥ ମନ୍ଦିର ଗୁଡ଼ିକୁ ଭିଡିଓ କାନଫରେନସିଂ ଜରିଆରେ ଯୋଡାଯିବାର ବ୍ୟବସ୍ଥା କରାଯାଉଥିବାର ସୂଚନା ପ୍ରଦାନ କରିଥିଲେ। ଶ୍ରୀ ଜଗନ୍ନାଥ ଜାଗରଣ ଭଳି ଅନନ୍ୟ, ଅଭିନବ ଓ ଦୂରଦୃଷ୍ଟି ସଂପନ୍ନ ଧାର୍ମିକ ଅଭିଯାନକୁ ଶ୍ରୀ ଜଗନ୍ନାଥଙ୍କର ବିଶ୍ଵଭରି ଶ୍ରଦ୍ଧାଳୁ ମାନେ ସହଯୋଗର ସହିତ ସଫଳ କରାଇବାକୁ ଶ୍ରୀ ଆଚାର୍ଯ୍ୟ ନିବେଦନ ଜଣାଇଥିଲେ। ମହାପ୍ରଭୁଙ୍କର ଭକ୍ତ ମାନେ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟାବଳୀ ଯଥା ବିବାହ,ବ୍ରତ, ନାମକରଣ,ଗୃହ ପ୍ରବେଶ ଓ ଜନ୍ମ ଦିନ ଆଦି ପାଳନ କରିବା ଅବସରରେ ଶ୍ରୀ ଜଗନ୍ନାଥ ଜାଗରଣ ପୂଜା ଆୟୋଜନ କରିବାକୁ ଶ୍ରୀ ଆଚାର୍ଯ୍ୟ ପରାମର୍ଶ ଦେଇଥିଲେ | ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୬ ମସିହାରେ ଶ୍ରୀ ଆଚାର୍ଯ୍ୟ ବଡ଼ଠାକୁରଙ୍କର ବିଭିନ୍ନ ପୂଜା ପଦ୍ଧତି ସହିତ ଜଡିତ ଥିବା ପୁରାତନ ଓ ପାରମ୍ପରିକ ସ୍ତୋତ୍ର ଏବଂ ମନ୍ତ୍ରକୁ ଆଧାର କରି ଏହି ଜାଗରଣ ର ପରିକଳ୍ପନା, ସଂରଚନା ଓ ଉପସ୍ଥାପନା କରି ଆଧ୍ୟାତ୍ମିକ ଜଗତରେ ଖୁବ ସୁନାମ ଅର୍ଜନ କରିଥିଲେ | ଶ୍ରୀକ୍ଷେତ୍ରର ଐତିହାସିକ ପ୍ରସିଦ୍ଧି ପ୍ରାପ୍ତ ଶ୍ରୀ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଅନୁଷ୍ଠିତ ଏହି ଭକ୍ତି ମହୋତ୍ସବରେ ବହୁ ମାନ୍ୟଗଣ୍ୟ ସାଧୁ,ସନ୍ଥ, ପଣ୍ଡିତ, ମହାତ୍ମା , ଧର୍ମାତ୍ମା ତଥା ଜଗନ୍ନାଥ ଧର୍ମ, ଦର୍ଶନ ଓ ଚେତନାର ବିଶାରଦ ପ୍ରବଚକ, ଗବେଷକ ଓ ପ୍ରଚାରକ, ପ୍ରମୁଖ ଯୋଗ ଦେଇଥିବା ଦେଖା ଯାଇଥିଲା। ଉଦଘାଟନୀ ଉତ୍ସବର ସମସ୍ତ ଆୟୋଜନ ଦମୟନ୍ତୀ ନାୟକ, କିଶୋର ଚନ୍ଦ୍ର ଜେନା ଏବଂ ହର୍ଷ କୁମାର ଗୁପ୍ତା ପ୍ରମୂଖଙ୍କର ସକ୍ରିୟ ତତ୍ୱାବଧାନରେ ସଂପନ୍ନ ହୋଇଥିଲା |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking