42.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶପୁଣି ମାତିଲେ ଆତଙ୍କୀ : ଆଖି ବୁଜା ଗୁଳି ମାଡରେ ଜଣେ ପୋଲିସ ଶହୀଦ

ପୁଣି ମାତିଲେ ଆତଙ୍କୀ : ଆଖି ବୁଜା ଗୁଳି ମାଡରେ ଜଣେ ପୋଲିସ ଶହୀଦ

ଶ୍ରୀନଗର: ମାତିଛନ୍ତି ଆତଙ୍କୀ । ସୀମାରେ ଘଟାଇ ଚାଲିଛନ୍ତି ବର୍ବରକାଣ୍ଡ । ଜମ୍ମୁକାଶ୍ମୀର କୁଲଗାମ ଜିଲ୍ଲାର ପୋଶୱାନ ଅଞ୍ଚଳରେ ପୋଲିସ ଅଧିକାରୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ଆତଙ୍କୀ । ଏଥିରେ ଜଣ ପୋଲିସ ଅଧିକାରୀ ଶହୀଦ ହୋଇଥିବାବେଳେ ଦୁଇଜଣ ଆହତ ହୋଇଛନ୍ତି । ଆଦିଜାନ କ୍ରସିଙ୍ଗ ନିକଟରେ ଟ୍ରାଫିକ ପରିଚାଳନାରେ ବ୍ୟସ୍ତ ଥିବାବେଳେ ଦଳେ ଆତଙ୍କବାଦୀ ପୋଲିସଙ୍କ ଉପରକୁ ଗୁଳି ଚଳାଇଥିଲେ । ଏଥିରେ ଜଣ ପୋଲିସ ଅଧିକାରୀଙ୍କ ଶହୀଦ ହୋଇଥିବାବେଳେ ଦୁଇଜଣ ଆହତ ହୋଇଛନ୍ତି ।

ଶହୀଦ ପୋଲିସ ଅଧିକାରୀ ହେଲେ କନଷ୍ଟେବଳ ନାସିର ଅହମ୍ମଦ । ଆହତ ଦୁଇଜଣଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି ସେମାନଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଟ୍ରାଫିକ୍ ଜାମ୍ ଏବଂ ବହୁ ସଂଖ୍ୟକ ସାଧାରଣ ନାଗରିକଙ୍କ ଉପସ୍ଥିତିକୁ ନେଇ ଆତଙ୍କବାଦୀମାନେ ଏହାର ଫାଇଦା ଉଠାଇ ତାଙ୍କ ଏସକର୍ଟ ପାର୍ଟି ଉପରେ ନିର୍ଦ୍ଦିଷ୍ଟ ଭାବରେ ଗୁଳି ଚଳାଇ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲେ । ଘଟଣା ପରେ ସ୍ଥାନୀୟ ଅଞ୍ଚଳକୁ ସିଲ କରାଯାଇଛି । ଆଇନ ଆନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି।ଘଟଣାର ତଦନ୍ତ ଚାଲିବା ସହ ଅଧିକାରୀମାନେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking