37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଆଫଗାନିସ୍ତାନ ବାୟୁସେନାର ଏୟାର ଷ୍ଟ୍ରାଇକ୍‌... ୩୦ ଜଣ ପାକିସ୍ତାନୀ ଆତଙ୍କବାଦୀ ସମେତ ୧୧୨ ତାଲିବାନ ନିହତ

ଆଫଗାନିସ୍ତାନ ବାୟୁସେନାର ଏୟାର ଷ୍ଟ୍ରାଇକ୍‌… ୩୦ ଜଣ ପାକିସ୍ତାନୀ ଆତଙ୍କବାଦୀ ସମେତ ୧୧୨ ତାଲିବାନ ନିହତ

କାବୁଲ: ଆଫଗାନିସ୍ତାନର ହେଲମଣ୍ଡ ପ୍ରଦେଶ ଅନ୍ତର୍ଗତ ଲସ୍କର ଗାହ ସହର ଉପରେ ଗତକାଲି ଆଫଗାନିସ୍ତାନର ବାୟୁସେନା ପକ୍ଷରୁ ଏୟାର ଷ୍ଟ୍ରାଇକ୍‌ କରାଯାଇଛି । ଏଥିରେ ୩୦ ଜଣ ପାକିସ୍ତାନୀ ଆତଙ୍କବାଦୀ ସମେତ ୧୧୨ ଜଣ ତାଲିବାନ ନିହତ ହୋଇଛନ୍ତି । ଏହି ପାକ୍‌ ଆତଙ୍କୀମାନେ ଭାରତୀୟ ଉପମହାଦେଶ ପାଇଁ ଗଠିତ ଅଲ୍‌କାଏଦା ଆତଙ୍କୀ ଗୋଷ୍ଠୀର ସଦସ୍ୟ ବୋଲି ଆଫଗାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ପାକିସ୍ତାନ ଆତଙ୍କବାଦୀଙ୍କୁ ତାଙ୍କ ଦେଶକୁ ପଠାଉଛି ଏବଂ ସେମାନେ ତାଲିବାନ ସହ ମିଶି ଆଫଗାନ ସରକାରୀ ସେନା ବିରୋଧରେ ଯୁଦ୍ଧ କରୁଛନ୍ତି ବୋଲି ଆଫଗାନିସ୍ତାନ ଲଗାତାର ଭାବେ ଅଭିଯୋଗ କରିଆସୁଛି । ଏପରିକି ଏହାର ପ୍ରମାଣ ରହିଛି ଏବଂ ଆବଶ୍ୟକ ପଡିଲେ ତାହା ସୁରକ୍ଷା ପରିଷଦକୁ ଦିଆଯିବ ବୋଲି ଜାତିସଂଘରେ ଅବସ୍ଥାପିତ ଆଫଗାନ ରାଷ୍ଟ୍ରଦୂତ ଗୁଲାମ ଇସାକଜାଇ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking