29.1 C
Bhubaneswar
Monday, May 11, 2026
Homeଓଡିଶାଆହୁରି ରାଜ୍ୟରେ ୨ ଦିନ ବର୍ଷିବ!

ଆହୁରି ରାଜ୍ୟରେ ୨ ଦିନ ବର୍ଷିବ!

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ କୋରାପୁଟରେ ଜାରି ରହିଛି ବର୍ଷା। ଲଗାଣ ବର୍ଷା ଫଳରେ କୋରାପୁଟ ଲକ୍ଷ୍‌ମୀପୁର ବ୍ଲକ  କାକିରି ଗୁମ୍ମା  ଥାନା   ଅନ୍ତର୍ଗତ  ତଳମେଟିଂ ରାସ୍ତାରେ  ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି । ୨ ଚକିଆ ଯିବା ଆସିବା କରୁଥିବା ବେଳେ ଅଦାବାଟରୁ ଫେରି ଆସିଛି ଲକ୍ଷ୍‌ମୀ ବସ । ବଡ ଯାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। କୋରାପୁଟରେ ଲଘୁଚାପ  ଜନିତ ଲଗାଣ ବର୍ଷା ଯୋଗୁଁ ଅନେକ ସମସ୍ୟା ଉପୁଜିଛି। କୋରାପୁଟ ଜିଲ୍ଲାକୁ ରେଡ ଆଲର୍ଟ ଥିବା ବେଳେ ବିଭିନ୍ନ ସ୍ଥାନରେ ରେଳପଥରେ ଟ୍ରେନ ଚଳାଚଳ ବନ୍ଦ ହୋଇଛି। କେତେକ ଟ୍ରେନକୁ ବାତିଲ କରାଯାଇଛି। ଆଉ କିଛି ଟ୍ରେନର ଗତିପଥ ବଦଳି ଦିଆଯାଇଛି। ସେହିପରି ବିଶାଖାପାଟଣା,କିରନ୍ଦୁଲ ପାସେଞ୍ଜର ଟ୍ରେନକୁ ଆଜି ଏବଂ କାଲି ପାଇଁ ବାତିଲ କରାଯାଇଛି । ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking