40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶମଧ୍ୟପ୍ରଦେଶରେ ଆଇଏସ୍‌ଆଇଏସ୍ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍‌; ବଲପୁରରୁ ୩ ଆତଙ୍କୀ ଗିରଫ; ଅସ୍ତ୍ରଶସ୍ତ୍ର, ଗୋଳା-ବାରୁଦ ଜବତ

ମଧ୍ୟପ୍ରଦେଶରେ ଆଇଏସ୍‌ଆଇଏସ୍ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍‌; ବଲପୁରରୁ ୩ ଆତଙ୍କୀ ଗିରଫ; ଅସ୍ତ୍ରଶସ୍ତ୍ର, ଗୋଳା-ବାରୁଦ ଜବତ

ଗ୍ୱାଲିୟର୍‌:  ମଧ୍ୟପ୍ରଦେଶର ଜବଲପୁରରେ ଜାତୀୟ ଯାଞ୍ଚ୍ ଏଜେନ୍ସି (ଏନ୍‌ଆଇଏ) ଏବଂ ମଧ୍ୟପ୍ରଦେଶ ଏଟିଏସ୍ ଏକ ସଂଯୁକ୍ତ ଅପରେସନ୍‌ରେ ଆଇଏସ୍‌ଆଇସ୍ ସହିତ ଜଡ଼ିତ ଆତଙ୍କୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍ କରିଛି । ଏହି ମାମଲାରେ ଜବଲପୁରରୁ ତିନିଜଣଙ୍କୁ ଗିରଫ କରାଯାଇଛି । ଶୁକ୍ରବାର ସାରାରାତି ଜବଲପୁରର ୧୩ ସ୍ଥାନରେ ଚଢ଼ଉ ପରେ ସେମାନଙ୍କୁ ଗିରଫ କରାଯାଇଛି । ଚଢ଼ଉ ବେଳେ ବିପୁଳ ପରିମାଣର ଧାରୁଆ ଅସ୍ତ୍ରଶସ୍ତ୍ର, ଗୋଳା-ବାରୁଦ, ଆପତ୍ତିଜନକ କାଗଜପତ୍ର ଏବଂ ଡିଜିଟାଲ୍ ଡିଭାଇସ୍ ମଧ୍ୟ ଜବତ କରାଯାଇଛି । ଗିରଫ ତିନି ଅଭିଯୁକ୍ତ ସୟଦ୍ ମମୁର୍ ଅଲି, ମହମ୍ମଦ ଆଦିଲ୍ ଖାନ୍ ଓ ମହମ୍ମଦ ଶାହିଦ୍‌ଙ୍କୁ ଭୋପାଳର ସ୍ୱତନ୍ତ୍ର ଏନ୍‌ଆଇଏ କୋର୍ଟରେ ହାଜର କରାଯିବା ପରେ କୋର୍ଟ ସେମାନଙ୍କୁ ୭ ଦିନ ପାଇଁ ଏନ୍‌ଆଇଏ ରିମାଣ୍ଡ୍‌ରେ ପଠାଇ ଦେଇଛନ୍ତି । ତିନି ଅଭିଯୁକ୍ତଙ୍କ ଜୁନ୍ ୩ ତାରିଖରେ ପୁଣିଥରେ କୋର୍ଟରେ ହାଜର କରାଯିବ । ଏହି ଚଢ଼ଉ ବେଳେ ଏନ୍‌ଆଇଏ ମଧ୍ୟପ୍ରଦେଶ ହାଇକୋର୍ଟର ବରିଷ୍ଠ ଓକିଲ ଏ.ଉସ୍‌ମାନୀ ଏବଂ ସିଭିଲ୍ ଲାଇନ୍ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ୍‌ରୁ ଦୁଇଜଣଙ୍କ ସମେତ ୧୩ ଜଣଙ୍କୁ ମଧ୍ୟ ଧରି ହେପାଜତରେ ରଖିଥିବା ଜଣାଯାଇଛି ।

ଏନ୍‌ଆଇଏ ମୁଖପାତ୍ରଙ୍କ ଅନୁସାରେ ୨୦୨୨ ଅଗଷ୍ଟରେ ଅଭିଯୁକ୍ତ ମହମ୍ମଦ ଆଦିଲ୍ ଖାନ୍ ନାମରେ ଅଭିଯୋଗ ମିଳିବା ପରେ ସେବେଠାରୁ ତଦନ୍ତ ଚାଲିଥିଲା । ଆଇଏସ୍‌ଆଇସ୍ ଗତିବିଧି ସୂଚନା ମିଳିବା ପରେ ଏନ୍‌ଆଇଏ ଚଳିତ ବର୍ଷ ମେ ୨୪ ତାରିଖରେ ମାମଲା ରୁଜୁ କରିଥିଲା । ଆଦିଲ୍ ଓ ତା’ ସହଯୋଗୀ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ ସହିତ ଗ୍ରାଉଣ୍ଡ୍ ପ୍ରୋଗ୍ରାମ୍ ‘ଦାୱା’ ଜରିଆରେ ଆଇଏସ୍‌ଆଇସ୍‌ର ପ୍ରଚାର ପ୍ରସାରରେ ସାମିଲ ଥିବା ଅଭିଯୋଗ ହୋଇଛି । ଏହି ମଡ୍ୟୁଲ୍ ସ୍ଥାନୀୟ ମସ୍‌ଜିଦ୍ ଏବଂ ଘରେ ବୈଠକ କରି ଦେଶରେ ଆତଙ୍କ ପ୍ରସାରର ଯୋଜନା ଓ ଷଡ଼ଯନ୍ତ୍ର ରଚୁଥିଲେ । ଖାନ୍ କେତେକ ୟୁଟ୍ୟୁବ୍ ଚାନେଲ୍‌, ଇନ୍‌ଷ୍ଟାଗ୍ରାମ୍ ଓ ହ୍ୱାଟ୍ସଆପ୍ ଗ୍ରୁପ୍ ଚଳାଉଥିଲା । ତଦନ୍ତରୁ ଜଣାପଡ଼ିଥିବା ତିନିଜଣ ଯାକ ଅଭିଯୁକ୍ତ କଟ୍ଟରପନ୍ଥୀ ହୋଇଥିବା ବେଳେ ହିଂସକ ଜିହାଦ୍ ଘଟାଇବା ସେମାନଙ୍କ ଉଦ୍ଦେଶ୍ୟ ଥିଲା । ସେହିପରି ଫଣ୍ଡ୍ ଜୁଟାଇବା, ଆଇଏସ୍‌ଆଇଏସ୍ ସାମଗ୍ରୀର ପ୍ରସାର କରିବା, ଯୁବକମାନଙ୍କୁ ପଥଭ୍ରଷ୍ଟ କରିବା ସହିତ ନିଯୁକ୍ତି ଦେଇ ଆତଙ୍କବାଦୀ ଗତିବିଧି ଘଟାଇବା ଉଦ୍ଦେଶ୍ୟରେ ଅସ୍ତ୍ରଶସ୍ତ୍ର, ଗୋଳା-ବାରୁଦ କିଣିବା ଉଦ୍ୟମ ଚଳାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking