ସାରଜା: ସାରଜା ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୧ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ୱିକେଟ ପରାସ୍ତ କରିଛି କିଙ୍ଗସ ଇଲେଭେନ ପଂଜାବ । ଦ୍ବିତୀୟ ପାଳିରେ ବ୍ୟାଟିଂ କରୁଥିବା ପଂଜାବ ୧୭୨ ରନ୍ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୨ଟି ୱିକେଟ ହରାଇ ୧୭୭ ରନ୍ କରି ବିଜୟ ହାସଲ କରିଛି । ପଂଜାବ ପକ୍ଷରୁ ମୟଙ୍କ ଅଗ୍ରୱାଲ ୨୫ ବଲରେ ୪୫ ରନ୍ ଓ ଅଧିନାୟକ କେ.ଏଲ୍ ରାହୁଲ ୪୯ ବଲରେ ୬୧ ରନ୍ କରିଥିଲେ । ସେହିପରି ଚଳିତ ସିଜିନ୍ରେ ପ୍ରଥମ ମ୍ୟାଚ ଖେଳୁଥିବା କ୍ରିସ୍ ଗେଲ୍ ୪୫ ବଲରେ ୫୩ ରନ୍ କରିଥିବା ବେଳେ ଶେଷ ବଲରେ ନିକୋଲାସ୍ ପୁରାନ୍ ଛକା ମାରି ପଂଜାବକୁ ବିଜୟ ଦେଇଥିଲେ । ଅନ୍ୟପଟେ ବାଙ୍ଗାଲୋର ପକ୍ଷରୁ ଦୁର୍ବଳ ବୋଲିଂ ଦେଖିବାକୁ ମିଳିଥିଲା ।