34.1 C
Bhubaneswar
Thursday, March 28, 2024
Homeଓଡିଶାଭିନ୍ନ ଏକ ଧରଣର ଦଶହରା ପର୍ବ

ଭିନ୍ନ ଏକ ଧରଣର ଦଶହରା ପର୍ବ


ଭୁବେଶ୍ବର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଓଡ଼ିଶା ଶାଖା ଦ୍ୱାରା ଆୟୋଜିତ “ଭିନ୍ନ ଧରଣର ଦଶହରା ପର୍ବ” ଏକ ଅନଲାଇନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଅଷ୍ଟମ ଦିବସରେ ମୁଖ୍ୟ ଅତିଥି ସ୍ଵାମୀ ଶ୍ରୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀ, ଫାଉଣ୍ଡର, ବିଶ୍ବାତ୍ମା ଚେତନା ପରିଷଦ; ସ୍ୱର ପ୍ରବାହିକା (key note) ରାଜଯୋଗିନୀ ଅଞ୍ଜଳୀ ଦିଦିଜୀ, ହିମାୟଥ ନଗର,ହାଇଦ୍ରାବାଦ; ଯୋଗ ସଂଚାଳିକା ବିକେ ସଂଘମିତ୍ରା ଭଉଣୀ, ରାଜଯୋଗ ଶିକ୍ଷୟତ୍ରୀ, ଗୋପାଳପୁର ପ୍ରଭୃତି ମହାନ ଆତ୍ମାଙ୍କୁ କାର୍ଯ୍ୟ ସମ୍ପାଦିକା ବିକେ ସାଗରୀକା ଭଉଣୀ ରାଜଯୋଗ ଶିକ୍ଷୟତ୍ରୀ ଭୁବନେଶ୍ୱର ଫୁଲତୋଡା ପ୍ରଦାନ କରି ସ୍ୱାଗତ ଜଣାଇଥିଲେ।
ରାଜଯୋଗିନୀ ଅଞ୍ଜଳୀ ଦିଦିଜୀ କରୋନା ରୋଗର ଭୟାବହ ପରିସ୍ଥିତି କଥା ବର୍ଣ୍ଣନା କରି କହିଲେ କି ଅନେକ ଭୟ ମଧ୍ୟରୁ ରୋଗ ଓ ମୃତ୍ୟୁ ଭୟ ଅତ୍ୟନ୍ତ ଭୀତପ୍ରଦ। ନିଜକୁ ଶରୀର ବୋଲି ବୁଝୁଥିବାରୁ ଭୟ ସୃଷ୍ଟି ହୁଏ। ନିଜକୁ ଆତ୍ମା ବୋଲି ଜାଣିଲେ ଭୟ ରହିବ ନାହିଁ କାରଣ ଆତ୍ମା ଅଜର, ଅମର ଓ ଅବିନାଶୀ ଅଟେ। ଆତ୍ମା, ପରମାତ୍ମା ଶିବଙ୍କ ସହ ଯୋଗ ହେଲେ ନିର୍ଭୀକତା ଗୁଣର ବିକାଶ ଘଟିବ। ଈଶ୍ୱରୀୟ ଜ୍ଞାନ ଓ ଯୋଗ ବଳରେ ହିଁ ଭୟ ଉପରେ ଜୟ କରି ହେବ।
ମୁଖ୍ୟ ଅତିଥି ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ କହିଲେ- ଭୟ ଜନ୍ମଗତ ପ୍ରବୃତ୍ତି। ମଣିଷ,ପଶୁପକ୍ଷୀ, କୀଟପଟଙ୍ଗ ସମସ୍ତଙ୍କଠାରେ ଭୟ ରହିଛି ମାତ୍ର କେବଳ ମଣିଷ ହିଁ ଭୟ ଉପରେ ବିଜୟପ୍ରାପ୍ତର ଚିନ୍ତା କରିଥାଏ। ଜ୍ଞାନ,ଯୋଗ,ଆତ୍ମବିଶ୍ବାସ ଓ ଭଗବାନଙ୍କ ଉପରେ ଆସ୍ଥା ହିଁ ଭୟର ନିରାକରଣ ଅଟେ। ଗୀତାର ଷୋଡଶ ଅଧ୍ୟାୟରୁ କହିଲେ “ଅଭୟ ସତ୍ତ୍ଵ ସଂଶୋଧି ଜ୍ଞାନ, ଯୋଗ ବ୍ୟବସ୍ଥିତି।” ବିକେ ସଂଘମିତ୍ରା ଭଉଣୀ ରାଜଯୋଗ ସମ୍ପର୍କିତ ଜ୍ଞାନ ଓ ଗୁଣ ବିଷୟରେ କହି ସାମୂହିକ ଯୋଗାଭ୍ୟାସ କମେଣ୍ଟ୍ରି ମାଧ୍ୟମରେ କରାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking