28.1 C
Bhubaneswar
Saturday, April 27, 2024
Homeଆଇପିଏଲ୍ -2022ଆଇପିଏଲ୍‌-୧୫: ଶୀର୍ଷ ୪କୁ ଫେରିଲା ଆର୍‌ସିବ

ଆଇପିଏଲ୍‌-୧୫: ଶୀର୍ଷ ୪କୁ ଫେରିଲା ଆର୍‌ସିବ

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ଗୁରୁବାର ୬୭ତମ ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆର୍‌ସିବି) ୮ ୱିକେଟ୍‌ରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ଗୁଜରାଟ ଟାଇଟାନ୍ସ ୫ ୱିକେଟ୍‌ରେ ୧୬୮ ରନ୍ କରିଥିଲା । ଜବାବରେ ଆର୍‌ସିବି ମାତ୍ର ୨ଟି ୱିକେଟ୍ ହରାଇ ୧୭୨ ରନ୍ କରି ସହଜ ବିଜୟ ହାସଲ କରିଛି । ଏଥିସହ ଦଳ ତା’ର ଅନ୍ତିମ ଲିଗ୍ ମ୍ୟାଚ୍ ପରେ ପଏଣ୍ଟ୍ ଟେବଲ୍‌ରେ ଶୀର୍ଷ ୪କୁ ପ୍ରତ୍ୟାବର୍ତ୍ତନ କରି ପ୍ଲେଅଫ୍‌ରେ ପହଞ୍ଚିବା ଆଶାକୁ କାଏମ ରଖିଛି ।

ଦୁଇ ଓପନର ଋଦ୍ଧିମାନ୍ ସାହା ଓ ଶୁବମାନ ଗିଲ୍ ଗୁଜରାଟ ପାଇଁ ୨୧ ରନ୍ ଯୋଡି଼ବା ପରେ ମାତ୍ର ୧ ରନ୍ କରି ଗିଲ୍ ପ୍ରଥମ ସ୍ଲିପ୍‌ରେ ଗ୍ଲେନ୍ ମ୍ୟାକ୍ସୱେଲ୍‌ଙ୍କ ହାତକୁ କ୍ୟାଚ୍ ଦେଇ ସଅଳ ବିଦାୟ ନେଇଥିଲେ । ପରେ ମାଥ୍ୟୁ ୱେଡ୍ ୧୩ଟି ବଲ୍‌ରେ ୨ଟି ଚୌକା ଓ ଗୋଟିଏ ଛକା ସହ ୧୬ ରନ୍ କରି ଆଉଟ୍ ହୋଇଥିଲେ । ଅନ୍ୟତମ ଓପନର ସାହା ୩୧ ରନ୍‌ରେ ଆଉଟ୍ ହେବା ପୂର୍ବରୁ ୪ଟି ଚୌକା ଓ ଗୋଟିଏ ଛକା ଲଗାଇସାରିଥିଲେ । ଚତୁର୍ଥ ୱିକେଟ୍‌ରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ଡେଭିଡ୍ ମିଲର୍‌ଙ୍କ ମଧ୍ୟରେ ୬୧ ରନ୍‌ର ଭାଗୀଦାରୀ ହୋଇଥିଲା । ମିଲର୍ ୩ଟି ଛକା ସହ ୩୪ ରନ୍ କରିଥିବା ବେଳେ ହାର୍ଦ୍ଦିକ ୪୭ ବଲ୍‌ରେ ୪ଟି ଚୌକା ଓ ୩ଟି ଛକା ସହ ୬୨ ରନ୍ କରି ଏବଂ ରଶିଦ୍ ଖାନ୍ ମାତ୍ର ୬ଟି ବଲ୍ ଖେଳି ଗୋଟିଏ ଚୌକା ଓ ୨ଟି ଛକା ସହ ୧୯ ରନ୍ କରି ଅପରାଜିତ ଥିଲେ । ଆର୍‌ସିବି ପକ୍ଷରୁ ଜୋଶ୍ ହେଜଲଉଡ୍ ୨ଟି ଏବଂ ମ୍ୟାକ୍ସୱେଲ୍ ଓ ୱାନିନ୍ଦୁ ହସରଙ୍ଗା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ବ୍ୟାଟିଂରେ ଦୁଇ ଓପନର ବିରାଟ କୋହଲି ଓ ଅଧିନାୟକ ଫାଫ୍ ଡୁପ୍ଲେସିସ୍ ଆର୍‌ସିବି ପାଇଁ ୧୧୫ ରନ୍ ଯୋଡ଼ି ଦଳକୁ ବିଜୟ ଦିଗରେ ଆଗେଇ ନେଇଥିଲେ । ଅଧିନାୟକ ଡୁପ୍ଲେସିସ୍ ୫ଟି ଚେକା ସହ ୪୪ ରନ୍ କରି ଆଉଟ୍ ହେବା ପରେ କୋହଲି ସାଥୀ ବ୍ୟାଟ୍ସମ୍ୟାନ୍ ମ୍ୟାକ୍ସୱେଲ୍‌ଙ୍କ ସାଥୀରେ ୩୧ ରନ୍ ଯୋଡ଼ିଥିଲେ । କୋହଲି ୫୪ଟି ବଲ୍‌ରେ ୮ଟି ଚୌକା ଓ ୨ଟି ଛକା ସହ ସର୍ବାଧିକ ୭୩ ରନ୍ କରିଥିଲେ । ଏହାଛଡ଼ା ମ୍ୟାକ୍ସୱେଲ୍ ମାତ୍ର ୧୮ଟି ବଲ୍ ଖେଳି ୫ଟି ଚୌକା ଓ ୨ଟି ଛକା ସହ ୪୦ ରନ୍ କରି ଅପରାଜିତ ଥିଲେ । ଗୁଜରାଟ ପକ୍ଷରୁ ରଶିଦ୍ ୨ଟିଯାକ ୱିକେଟ୍ ନେଇଥିଲେ ।

ସଂକ୍ଷିପ୍ତ ସ୍କୋର୍‌: ଗୁଜରାଟ ଟାଇଟାନ୍ସ: ୧୬୮/୫, ୨୦ ଓଭର୍ (ହାର୍ଦ୍ଦିକ ପାଣ୍ଡ୍ୟା-୬୨³, ଡେଭିଡ୍ ମିଲର୍‌-୩୪, ଜୋଶ୍ ହେଜଲଉଡ୍‌-୩୯/୨, ୱାନିନ୍ଦୁ ହସରଙ୍ଗା-୨୫/୧); ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌-୧୭୨/୮, ୨୦ ଓଭର୍ (ବିରାଟ କୋହଲି-୭୩, ଫାଫ୍ ଡୁପ୍ଲେସିସ୍‌-୪୪, ରଶିଦ୍ ଖାନ୍‌-୩୨/୨) ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking