27.1 C
Bhubaneswar
Tuesday, July 15, 2025
Homeଖେଳଆଇପିଏଲ ୨୦୨୦ : ଟସ୍ ଜିତିଲା ହାଇଦ୍ରାବାଦ, ପ୍ରଥମେ କରିବ ବ୍ୟାଟିଂ

ଆଇପିଏଲ ୨୦୨୦ : ଟସ୍ ଜିତିଲା ହାଇଦ୍ରାବାଦ, ପ୍ରଥମେ କରିବ ବ୍ୟାଟିଂ

ଦୁବାଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୩ ତମ ସିଜନର ୨୨ ତମ ମ୍ୟାଚ୍ ଗୁରୁବାର ଅକ୍ଟୋବର ୮ରେ ଦୁବାଇର ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ କିଙ୍ଗସ ଏକାଦଶ ପଞ୍ଜାବ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ନର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳର ଅବସ୍ଥା ଏବେ ବି ଖରାପ ରହିଛି। କିଙ୍ଗସ ଏକାଦଶ ପଞ୍ଜାବ କେବଳ ଗୋଟିଏ ବିଜୟ ସହ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି ଏବଂ ଦୁଇଟି ବିଜୟ ସହ ସନରାଇଜର୍ସ ହାଇଦ୍ରାବାଦ ଷଷ୍ଠ ସ୍ଥାନରେ ରହିଛି। କିଙ୍ଗସ ଏକାଦଶ ଏପର୍ଯ୍ୟନ୍ତ ପାଞ୍ଚଟି ମ୍ୟାଚ ମଧ୍ୟରୁ ଚାରିଟିରେ ହାରିଥିବାବେଳେ ସନରାଇଜର୍ସ ତିନୋଟି ମ୍ୟାଚ ହାରି ଦୁଇଟି ମ୍ୟାଚ ଜିତିଛନ୍ତି। ପୂର୍ବ ମ୍ୟାଚରେ ସିଏସକେ କିଙ୍ଗସ ଏକାଦଶ ପଞ୍ଜାବକୁ ୧୦ ୱିକେଟରେ ପରାସ୍ତ କରିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୩୪ ରନରେ ଧୋଇ ଦେଇଥିଲା। ସନରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଏହି ଟୁର୍ଣ୍ଣାମେଣ୍ଟରୁ ବାହାରିଛନ୍ତି, ଯେଉଁଥିରେ ସନରାଇଜର୍ସ ହାଇଦ୍ରାବାଦର ଅସୁବିଧା ଯଥେଷ୍ଟ ବୃଦ୍ଧି ପାଇଛି। ତାଙ୍କ ସ୍ଥାନରେ ସନରାଇଜର୍ସ ହାଇଦ୍ରାବାଦ ପ୍ରୀତିରାଜ ୟାରାଙ୍କୁ ଅନ୍ତର୍ଭୁକ୍ତ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking