ଖୁସି ଖବର: ରାଜ୍ୟରେ ଆଜି ୩୩୧୨ ଆକ୍ରାନ୍ତ ସୁସ୍ଥ

corona recovery

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩୩୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨,୧୬,୯୮୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୫୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକରୁ ୨୬୨, ବାଲେଶ୍ୱରରୁ ୧୫୩, ନୂଆପଡାରୁ ୧୫୧, ଝାରସୁଗୁଡାରୁ ୧୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୟୂରଭଞ୍ଜରୁ ୧୨୧, କେନ୍ଦୁଝରରୁ ୧୧୭, ଅନୁଗୋଳରୁ ୧୧୨, ବଲାଙ୍ଗୀରରୁ ୧୦୯, ମାଲକାନଗିରିରୁ ୧୦୩, ସମ୍ବଲପୁରରୁ ୯୮, କେନ୍ଦ୍ରାପଡାରୁ ୮୮ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ପୁରୀରୁ ୮୫, କନ୍ଧମାଳରୁ ୮୩, ନବରଙ୍ଗପୁରରୁ ୮୧, କୋରାପୁଟରୁ ୬୯, ନୟାଗଡରୁ ୬୯, ଢେଙ୍କାନାଳରୁ ୬୮, ଜଗତସିଂହପୁରରୁ ୬୪, ସୁନ୍ଦରଗଡରୁ ୬୩, ଭଦ୍ରକରୁ ୬୨, ଯାଜପୁରରୁ ୫୮, କଳାହାଣ୍ଡିରୁ ୫୩, ସୋନପୁରରୁ ୪୮, ଗଞ୍ଜାମରୁ ୪୭, ବୌଦ୍ଧରୁ ୩୯, ରାୟଗଡାରୁ ୩୪, ଗଜପତିରୁ ୧୬ ଓ ଦେବଗଡରୁ ୧୨ ଜଣ ଆରୋଗ୍ୟଲାଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here