38.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗହାଇଦ୍ରାବାଦକୁ ୦୭ ୱିକେଟରେ ପରାସ୍ତ କଲା କେକେ ଆର୍

ହାଇଦ୍ରାବାଦକୁ ୦୭ ୱିକେଟରେ ପରାସ୍ତ କଲା କେକେ ଆର୍

ନୂଆଦିଲ୍ଲୀ: ଆଇପିଏଲ୍‌ର ୮ମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୦୭ ୱିକେଟରେ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ । ପ୍ରଥମେ ଫିଲଡିଂ କରିଥିବା କେକେଆର ୧୪୩ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୮ ଓଭରରେ ମାତ୍ର ୩ ୱିକେଟ ହରାଇ ୧୪୫ ରନ୍‌ ସଂଗ୍ରହ କରି ଅତି ସହଜରେ ଏହି ମ୍ୟାଚକୁ ଜିତି ନେଇଛି ।

କୋଲକାତା ପକ୍ଷରୁ ନୀତିଶ ରାଣା ୧୩ ବଲ ଖେଳି ୨୬ ରନ୍‌, ଶୁଭମନ ଗିଲ ୬୨ ବଲ ଖେଳି ୭୦ ରନ୍‌ କରିଥିବା ବେଳେ ଇ ଏନ୍ ମୋର୍ଗାନ୍ ୨୯ ବଲ ଖେଳି ୪୨ ରନ୍‌ କରିଥିଲେ । ଅନ୍ୟପଟେ ହାଇଦ୍ରାବାଦ ପକ୍ଷରୁ ଖଲିଲ ଅହମ୍ମଦ, ଟି ନଟରାଜନ୍ ଓ ରସିଦ ଖାନ .ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ଏହି ବିଜୟ ସହ କୋଲକାତା ଚଳିତ ଟୁର୍ଣ୍ଣାମେଣ୍ଟରେ ତାର ପ୍ରଥମ ବିଜୟ ହାସଲ କରି ପଏଣ୍ଟ ଖାତାରେ ୨ଅଙ୍କ ସଂଗ୍ରହ କରିଛି । ଅନ୍ୟପଟେ ହାଇଦ୍ରାବାଦ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ପ୍ରଥମ ମ୍ୟାଚ ହାରିଥିବା ବେଳେ ଏହି ମ୍ୟାଚ କଲୋକାତା ଠାରୁ ହାରି ନିଜର ପଏଣ୍ଟ ଖାତା ଖୋଲିପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking