26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଆଉ କେତେ ଅପେକ୍ଷା କରିବ ଭାରତ

ଆଉ କେତେ ଅପେକ୍ଷା କରିବ ଭାରତ

ନୂଆଦିଲ୍ଲୀ: ଜାତିସଂଘର ୭୫ତମ ଅଧିବେଶନକୁ ଆଜି ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭର୍ଚୁଆଲ ଅଧିବେଶନରେ ପ୍ରଥମ ବକ୍ତା ଭାବେ ଅଭିଭାଷଣ ରଖିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ‘ଭାରତ ଜାତିସଂଘର ପ୍ରତିଷ୍ଠାତା ଦେଶଗୁଡିକ ମଧ୍ୟରୁ ଗୋଟିଏ । କହିବାକୁ ଗଲେ ୩ୟ ବିଶ୍ୱଯୁଦ୍ଧ ହୋଇନି କିନ୍ତୁ ଅନେକ ଯୁଦ୍ଧ ହୋଇଯାଇଛି । ଅନେକ ନିରୀହ ଲୋକଙ୍କର ଏମିତି ଯୁଦ୍ଧରେ ପ୍ରାଣ ଯାଇଛି । କରୋନା ମହାମରୀ ବେଳେ ଜାତିସଂଘର ଭୂମିକା କୁଆଡେ ଗଲା । ଜାତିସଂଘ ଉପରେ ଭାରତବାସୀଙ୍କ ବିଶ୍ୱାସ ବହୁ କମ୍ ଦେଶରେ ମିଳିବ । ଭାରତକୁ କେତେ ଦିନ ଯାଏଁ ନିଷ୍ପତ୍ତି ଗ୍ରହଣ ବର୍ଗରୁ ବଞ୍ଚିତ ରଖାଯିବ ।’

ଏହା ସହ ମୋଦୀ କହିଛନ୍ତି ଯେ, ‘ଯେବେ ଆମେ ମଜବୁତ ଥିଲୁ କେବେ ପୃଥିବୀକୁ କଷ୍ଟ ଦେଇନୁ । ଯେବେ ମଜବୁର ଥିଲୁ, ସେବେ ପୃଥିବୀ ଉପରେ ବୋଝ ହୋଇନୁ । ଏଭଳି ଦେଶକୁ ଆଉ କେତେ ଦିନ ଅପେକ୍ଷା କରିବାକୁ ପଡିବ । ଆମେ ପୂରା ବିଶ୍ୱକୁ ଏକ ପରିବାର ମାନୁ, ଏହା ଆମର ସଂସ୍କୃତି । ଭାରତ ସବୁବେଳେ ବିଶ୍ୱ କଲ୍ୟାଣକୁ ପ୍ରାଥମିକତା ଦେଇ ଆସିଛି । ବିଶ୍ୱରେ ଶାନ୍ତି ସ୍ଥାପନ ପାଇଁ ଭାରତ ସବୁଠାରୁ ଅଧିକ ଯବାନଙ୍କୁ ହରାଇଛି । ଭାରତ ନିଜ ସ୍ୱାର୍ଥ ନୁହେଁ ସବୁବେଳେ ମାନବଜାତିର ସ୍ୱାର୍ଥ ଚାହିଁଛି । ଭାରତ ଯେବେ ବନ୍ଧୁତ୍ୱର ହାତ ବଢାଏ, କାହା ବିରୋଧରେ ଯାଏନି । ମହାମାରୀ ଭଳି କଠିନ ସମୟରେ ଭାରତ ୧୫୦ ଦେଶକୁ ଔଷଧ ଯୋଗାଇଛି । ଭାରତରେ ଭ୍ୟାକସିନ ଉତ୍ପାଦନ କ୍ଷମତା ମାନବ ଜାତିର କଲ୍ୟାଣରେ ଲାଗିବ । ସମସ୍ତଙ୍କୁ ଭ୍ୟାକସିନ ଯୋଗାଣରେ ଭାରତ cସବୁ ଦେଶକୁ ସହଯୋଗ କରିବ । ଆମର ମାର୍ଗ ଜନ କଲ୍ୟାଣରୁ ଜଗତ କଲ୍ୟାଣ ଯାଏ ପରିବ୍ୟାପ୍ତ । ମହାମାରୀ ପରବର୍ତ୍ତର ଅବସ୍ଥାରେ ଆମେ ଆତ୍ମନିର୍ଭର ଦିଗରେ ଅଗ୍ରସର ହୋଇଛୁ । ଜାତିସଂଘରେ ସନ୍ତୁଳନ ଓ ସଶକ୍ତୀକରଣ ବିଶ୍ୱକଲ୍ୟାଣ ପର୍ଶି ଅନିବାର୍ଯ୍ୟ ରହିବ ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking