26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବିଷ୍ଣୁ ରାଉତରାୟଙ୍କ ବିୟୋଗ ରେ ଓଡିଶା ସମାଜ ୟୁ.କେ. ଦ୍ୱାରା ଅନଲାଇନ ଶୋକସଭା

ବିଷ୍ଣୁ ରାଉତରାୟଙ୍କ ବିୟୋଗ ରେ ଓଡିଶା ସମାଜ ୟୁ.କେ. ଦ୍ୱାରା ଅନଲାଇନ ଶୋକସଭା

ଲଣ୍ଡନ/ ମଞ୍ଚେଷ୍ଟର/ ସ୍କଟଲ୍ୟାଣ୍ଡ: .: ଓଡ଼ିଶା ସମାଜ ୟୁନାଇଟେଡ଼ କିଙ୍ଗଡମ (ଓ.ଏସ.ୟୁ.କେ.) ତରଫରୁ ଏହାର ପୂର୍ବତନ ସଭାପତି ସ୍ବର୍ଗତଃ ବିଷ୍ଣୁ ମୋହନ ରାଉତରାୟଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି | ଓସୁକ ତରଫରୁ ଆୟୋଜିତ ଏକ ଅନଲାଇନ ସ୍ମୃତି ତର୍ପଣ ଓ ପ୍ରାର୍ଥନା ସଭା ରେ ଯୋଗ ଦେଇ ବିଶିଷ୍ଟ ବ୍ୟକ୍ତି ମାନେ ଶ୍ରୀ ରାଉତରାୟଙ୍କର ଅଭୁଲା ଓ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟ ରେ ଭାବବିହ୍ଵଳ ଶ୍ରଦ୍ଧା ସୁମନ ଅର୍ପଣ କରିବା ସାଙ୍ଗକୁ ଅମର ଆତ୍ମା ର ସତଗତି ଓ ଚୀର ଶାନ୍ତି କାମନା କରିଥିଲେ | ଏହି ଶୋକ ସମାବେଶ ରେ ଶ୍ରୀ ରାଉତରାୟଙ୍କର ପରିବାର ସଦସ୍ୟ, ଶୁଭେଛୁ ଏବଂ ଓ.ଏସ.ୟୁ.କେ. ର ସଦସ୍ୟ ମାନେ ସାମିଲ ହୋଇଥିଲେ | ୨୦୧୨ ରୁ ୨୦୧୪ ମସିହା ମଧ୍ୟରେ ଓ.ଏସ.ୟୁ.କେ. ର ସଭାପତି ଭାବରେ ତଥା ଗ୍ରେଟ ବ୍ରିଟେନ ରେ ଦୀର୍ଘ ରହଣି କାଳ ରେ ପ୍ରବାସୀ ଓଡ଼ିଶା ସମାଜ ପାଇଁ ଶ୍ରୀ ରାଉତରାୟଙ୍କର ବ୍ୟାପକ ଅବଦାନ ଓ ଓଡ଼ିଶାର ସାଂସ୍କୃତିକ ରାଷ୍ଟ୍ରଦୂତ ଭାବରେ ତାଙ୍କର ଉଲ୍ଲେଖନୀୟ ଭୂମିକା ସମ୍ପର୍କରେ ୱେବ ବୈଠକ ରେ ବକ୍ତାମାନେ ଆଲୋକପାତ କରିଥିଲେ | ସେମାନେ ଶ୍ରୀ ରାଉତରାୟଙ୍କର ବହୁବିଧ ମହାନତା ସମ୍ପନ୍ନ ବ୍ୟକ୍ତିତ୍ୱ, ପ୍ରତିଭା ଓ ପାରଦର୍ଶିତା ବାନ ଚରିତ୍ର, ସମାଜ ପ୍ରତି ଜଣେ ସର୍ଜନ ଭାବରେ ସେବା ଓ ସମର୍ପିତ ଭାବନା, ସ୍କଟଲ୍ୟାଣ୍ଡ ର ଔଦ୍ୟୋଗିକ ବିକାଶ ନେଇ ତାଙ୍କର ପ୍ରଭାବଶାଳୀ ଯୋଗଦାନ, ନିଜ ର ପ୍ରତ୍ୟୁତ୍ପନ୍ନମତୀତା, ପ୍ରସାରିତ ହୃଦୟଭରା ଆଭିମୁଖ୍ୟ, ଧାର୍ମିକ ଓ ଦାତବ୍ୟ କାର୍ଯ୍ୟାବଳୀ ଉପରେ ମୁଖ୍ୟତଃ ଦୃଷ୍ଟିପାତ କରିଥିଲେ |

ବିଶେଷ କରି ପାନ ଦୋକାନ ଏବଂ ତାସ ଖେଳ ପ୍ରତି ତାଙ୍କର ଅତ୍ମୀୟତା ଶ୍ରୀ ରାଉତରାୟଙ୍କର ବିଶାଳ ବ୍ୟକ୍ତିତ୍ୱ ର ସ୍ଵାକ୍ଷର ବହନ କରେ ବୋଲି ତାଙ୍କର ଶୋକାକୁଳ ବନ୍ଧୁ ମାନେ ଦର୍ଶାଇଥିଲେ | ଓଡ଼ିଶା ର କଳା ସଂସ୍କୃତି କୁ ବ୍ରିଟେନ ରେ ପ୍ରଚାର ଓ ପ୍ରସାର କରିବା, ସ୍କଟଲ୍ୟାଣ୍ଡ ଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବା, ଓଡ଼ିଆ କଳାକାର ମାନଂକୁ ୟୁ.କେ . କୁ ଆମନ୍ତ୍ରଣ କରି ସେମାନଂକର କାର୍ଯ୍ୟକ୍ରମ କରାଇବା ପାଇଁ ଶ୍ରୀ ରାଉତରାୟ ଯେ ଭଳି ଅଦମ୍ୟ ପ୍ରୋତ୍ସାହନ ଯୋଗାଇ ଦେଇ ଆସୁଥିଲେ, ତାହା ଚିରଦିନ ପାଇଁ ଅବିସ୍ମରଣୀୟ ହୋଇ ରହିବ ବୋଲି ସେମାନେ ସୂଚାଇ ଥିଲେ | ଏହି ଡିଜିଟାଲ ପ୍ରାର୍ଥନା ସମ୍ମିଳନୀ ରେ ଶ୍ରୀ ରାଉତରାୟଙ୍କର ଧର୍ମ ପତ୍ନୀ ରଶ୍ମି ରାଉତରାୟ, ପୁତ୍ର ରାଜୀବ,କନ୍ୟା ସୋନାଲି ରାଉତରାୟ,, ଅନ୍ତରଙ୍ଗ ବନ୍ଧୁ ରମେଶ ଓ ରୀନା ରାଉତରାୟ,, ରମାକାନ୍ତ ଜେନା, ଓସୁକ ର ପୂର୍ବତନ ସଭାପତି ଡକ୍ଟର କଳ୍ପନା ମିଶ୍ର, ଡକ୍ଟର ନସେବୀତା ଦାସ, ନିରେନ୍ଦ୍ର ଜେନା ଓ ଶ୍ରୀମତୀ ଜେନା, ଡକ୍ଟର କାମଦେବ ସାମଲ,ଡକ୍ଟର କୈଳାଶ ମହାନ୍ତି, ୟୁ .ପତି ଓ ଶ୍ରୀମତୀ ମିନା ପତି, ସହଦେଵ ସ୍ୱାଇଁ,ଦେବକାନ୍ତ ବେହେରା, ସୀତାମଣି ସାହୁ, ଡକ୍ଟର ପ୍ରକାଶ ଦେ, ମଧୁ କୁଣ୍ଡୁ, ରଶ୍ମି ନନ୍ଦ, ବରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀ, ଡକ୍ଟର ଆଦିତ୍ୟ ସିଂହ, ସୁକାନ୍ତ ସାହୁ ,ବିଚିତ୍ରାନନ୍ଦ ଦାସ, ଜର୍ମାନୀ ରୁ ଡକ୍ଟର ରାଜକିଶୋର ଦାସ ଓ ୟୁ.କେ. ରୁ ଉମେଶ ନନ୍ଦ ପ୍ରମୁଖ ଏହି ଇଣ୍ଟରନେଟ ସଭା କୁ ସମ୍ବୋଧନ କରି ସ୍ବର୍ଗତ ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ସମଗ୍ର କାର୍ଯ୍ୟକ୍ରମକୁ ଓସୁକ ର ସଭାପତି ସୁମନ୍ତ ମାନସିଂହ ଓ ସାଧାରଣ ସମ୍ପାଦକ ଶିବରଞ୍ଜନ ବିଶ୍ୱାଳ ସଂଚାଳନା କରିଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking